ଇସ୍ରୋ ପାଇଁ ପାକିସ୍ତାନରୁ ଆସିଲା ଶୁଭେଚ୍ଛା

ନୂଆଦିଲ୍ଲୀ: ଶନିବାର ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଐତିହାସିକ ଉପଲବ୍ଧି କରିବା ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ପରେ ସମସ୍ତଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଥିବାବେଳେ ଇସ୍ରୋ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛା ଓ ସମର୍ଥନର ବାର୍ତ୍ତା ଆସି ପହଞ୍ଚୁଛି । ଏପରିକି ପାକିସ୍ତାନର ଜଣେ ମହାକାଶ ବିଜ୍ଞାନୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ନମିରା ସଲିମ୍ ପ୍ରଥମ ପାକିସ୍ତାନୀ ମହାକାଶ ବିଜ୍ଞାନୀ ଭାବେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରାର ଐତିହାସିକ ପ୍ରୟାସ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି । ଦକ୍ଷିଣ ଏସିଆରୁ ଚନ୍ଦ୍ରଯାନ-୨ ମିଶନ୍ ଏକ ବୃହତ୍ ମିଶନ୍, ଯାହାକି କେବଳ ଏହି ଅଞ୍ଚଳ ନୁହେଁ ସମଗ୍ର ବିଶ୍ୱକୁ ଗର୍ବିତ କରିଛି? ବିଶ୍ୱର ପ୍ରଥମ ବାଣିଜ୍ୟିକ ମହାକାଶ ଅନୁଷ୍ଠାନ ଭର୍ଜିନ୍ ଗାଲାଣ୍ଟିକ୍ ସହ କାର୍ଯ୍ୟ କରିଥିବା ନମିରା ସଲିମ୍ କହିଛନ୍ତି, ଦକ୍ଷିଣ ଏସିଆରେ ମହାକାଶ କ୍ଷେତ୍ରରେ ଆଞ୍ଚଳିକ ବିକାଶ ଉଲ୍ଲେଖନୀୟ ଏବଂ ଏହା ବଡ଼ କଥା ନୁହେଁ ଯେ କିଏ ଏହାର ନେତୃତ୍ୱ ନେଉଛି । ସମସ୍ତ ରାଜନୀତିକ ସୀମା ସରହଦ ମହାକାଶରେ ମିଳାଇଯାଏ । ପୃଥିବୀରେ ଯାହା ଆମକୁ ଅଲଗା କରେ ମହାକାଶରେ ତାହା ଆମକୁ ଏକାଠି କରେ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ