ଇସ୍ରୋ ବୈଜ୍ଞାନିକଙ୍କୁ କାଗଜ କଳାରେ ଶୁଭେଚ୍ଛା ଜଣାଇଲେ କୁନି ଚିତ୍ରଶିଳ୍ପୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇତିହାସ ରଚିଲା ଭାରତ । ଚନ୍ଦ୍ରାୟନ-୩ ଛୁଇଁଲା ଚନ୍ଦ୍ରପୃଷ୍ଠ । ଜହ୍ନ ରାଇଜରେ ଭାରତ ଲେଖିଲା ନାଁ । ଆଦରର ଜହ୍ନମାମୁଁ ଘରେ ଫର୍‌ଫର୍ ହୋଇ ଉଡିଛି ତ୍ରିରଙ୍ଗା । ଭାରତ ମହାକାଶ ଗବେଷଣା ଇତିହାସରେ ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଯେଉଁ ଐତିହାସିକ ମୁହୂର୍ତ୍ତକୁ ସାରା ବିଶ୍ୱ ଅପେକ୍ଷା କରିଥିଲା ତାହା ଆଜି ସଫଳ ହୋଇଛି । ଏନେଇ ଦେଶର ଗାଁରୁ ସହର ସବୁଠି ଉତ୍ସାହର ମାହୋଲ । ଏହି ପରିପ୍ରେକ୍ଷୀରେ ସ୍ମାର୍ଟନଗରୀ ଭୁବନେଶ୍ୱର ପୋଖରୀପୁଟରେ ରହୁଥିବା ୯ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଏହି ଖୁସିର ମୁହୂର୍ତ୍ତକୁ ବେଶ୍ ଉତ୍ସାହର ସହ ସେଲିବ୍ରେଟ୍ କରିଛନ୍ତି । କାଗଜ କଳାରେ ପ୍ରତୀକାତ୍ମକ ଚନ୍ଦ୍ରାୟନ-୩ ତିଆରି କରି ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା, କୃତଜ୍ଞତା ଓ ହୃଦୟଭରା ଅଭିନନ୍ଦନ । ଖୁସି ପ୍ରକଟ କରି କହିଛନ୍ତି ଜୟ ବିଜ୍ଞାନ, ଜୟ ଇସ୍ରୋ, ଜୟ ଚନ୍ଦ୍ରାୟନ-୩, ଜୟ ହୋ ଭାରତ । ଏହି କୁନି ଚିତ୍ରଶିଳ୍ପୀ ଜଣକ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ