ଇସ୍ରୋ ଯିବା ପାଇଁ ମୋନନୀତ ହେଲେ ପାପଡାହାଣ୍ଡିର ସ୍ୱସ୍ତିକ ପଣ୍ଡା
ନବରଙ୍ଗପୁର, (ୱାଇଏନଏସ):ଭୁବନେଶ୍ୱର ଠାରେ ଆୟୋଜିତ ଯୁବ ଜ୍ୟୋତି ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ 2024 ପାଇଁ ମନୋନୀତ ହୋଇଛନ୍ତି ସ୍ୱସ୍ତିକ ପଣ୍ଡା। ସେ ଏହି କୃତିକାର୍ଯ୍ୟ ହେବା ପରେ ଇସ୍ରୋ ଯିବା ପାଇଁ ମନୋନୀତ ହୋଇଛନ୍ତି ।ପାପଡାହାଣ୍ଡି ଗ୍ରାମର ସ୍ୱସ୍ତିକ ପଣ୍ଡା ନବରଙ୍ଗପୁର ଶିଶୁ ବିଦ୍ୟାମନ୍ଦିର, ନୂଆଗଡ ରେ ନବମ ଶ୍ରେଣୀ ଛାତ୍ର । ପୂର୍ବରୁ ସେ ନଭେମ୍ବର ମାସରେ ଏକ ପରୀକ୍ଷାରେ ରାଜ୍ୟରେ 71000 ପ୍ରତିଯୋଗୀ ଙ୍କ ମଧ୍ୟରୁ 60ଜଣଙ୍କ ମଧ୍ୟରେ ମନୋନୀତ ହୋଇଥିଲେ । ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଯୁବ ଜ୍ୟୋତି ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଠାରେ ସେମାନଙ୍କ ମଧ୍ୟରୁ 30 ଜଣ ଆଜି ଇସ୍ରୋ ଯିବା ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପାପଡାହାଣ୍ଡି ର ସ୍ୱସ୍ତିକ ଆଜି ପଠାଣି ସାମନ୍ତ ପ୍ଲାନେଟରିମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ପାପଡାହାଣ୍ଡି ପାଇଁ ଗର୍ବ ଓ ଗୌରବ ର ବିଷୟ ଯାହାକୁ ନେଇ ବର୍ତ୍ତମାନ ପାପଡାହାଣ୍ଡି ରେ ଖୁସି ର ଲହରୀ ଖେଳି ଯାଇଛି । ସ୍ୱସ୍ତିକ ଙ୍କ ବାପା ସୁକୁମାର ପଣ୍ଡା ମା ଗୀତାଞ୍ଜଳି ଖାଡ଼ଙ୍ଗା ଉଭୟ ପାପଡାହାଣ୍ଡି ବ୍ଲକ ଶିକ୍ଷକ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ପୁଅର କୃତିତ୍ୱ ପାଇଁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ସେ ଖୁବ ଶୀଘ୍ର ଅହମଦାବାଦ ଠାରେ ଇସ୍ରୋ ରେ ଯୋଗ ଦେବେ ବୋଲି ସୂଚନା ମିଳିଛି।