ଇସ୍ରୋ ର ବୈଜ୍ଞାନିକ ମାନଙ୍କ ର ଖର୍ଚ୍ଚକାଟ କରିବେ କେନ୍ଦ୍ର ସରକାର
ଭାରତୀୟ ମହାକାଶ ବିଜ୍ଞାନ ସାରା ବିଶ୍ୱ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଉ ଏବେ ଇସ୍ରୋ ର ବୈଜ୍ଞାନିକ ମାନେ ଚନ୍ଦ୍ରୟାନ ୨ କୁ ମାହାକାଶ କୁ ସଫଳତା ର ସହ ଉତକ୍ଷେପଣ କରିବା ପାଇଁ ଜୋରସୋର ରେ ଲାଗି ପଡିଛି । ସାରା ବିଶ୍ୱ କୁ ନିଜର ଉନ୍ନତ ମାନ ର ଜ୍ଞାନ କୈଶଳ ଦେଖାଇବା ପାଇଁ ଅବିରତ ଭାବେ କାମ କରୁଛନ୍ତି ବୈଜ୍ଞାନିକ ମାନେ କିନ୍ତୁ ଅନ୍ୟପଟରେ କେନ୍ଦ୍ରସରକାର ସେମାନଙ୍କ ଦରମା କାଟିବା ପାଇଁ ବିଚାର କରୁଛନ୍ତି । ଗତ ଜୁନ ୧୨ ତାରିଖରେ କେନ୍ଦ୍ରସରକାର ଜାରି କରିଥିବା ଏକ ଆଦେଶ ଉପରେ ନଜର ପକାଇଲେ ଇସ୍ରୋ ର ବୈଜ୍ଞାନିକ ଏବଂ ଯନ୍ତ୍ରୀ ମାନଙ୍କୁ ୧୯୯୬ ରୁ ଦିଆଯାଉଥିବା ଅତିରିକ୍ତ ପେନସନ ବୃଦ୍ଧି କରାଯାଇଥିଲା । ଏବେ କେନ୍ଦ୍ରସରକାର ଦେଉଥିବା ପ୍ରୋତ୍ସାହନ ରାଶି କୁ ବନ୍ଦ କରିଦେବାକୁ ଚିନ୍ତା କରୁଛନ୍ତି ।