ଇ-କାରରେ ତିନି ବର୍ଷରେ ୩୦ ଦେଶ ବୁଲିଲେ

ହଲାଣ୍ଡର ପରିବେଶପ୍ରେମୀ ବାଇବ ବେକର ଇ-କାରରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ôଚଛନ୍ତି । ବେକର ମୋଟାମୋଟି ଭାବେ ୧,୦୧,୦୦୦ ଲକ୍ଷ କିଲାମିଟର ଯାତ୍ରା କରିଛନ୍ତି । ୨୦୧୬ରେ ସେ ତାଙ୍କ ଯାତ୍ରା ନେଦରଲାଣ୍ଡରୁ ଆରମ୍ଭ କରିଥିଲେ । ଇ-ଯାନର କ୍ଷମତା ପ୍ରଦର୍ଶନ କରି ଏହାକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ । ଏହାଦ୍ୱାରା ଲୋକମାନେ କିଭଳି ଡିଜେଲ କିମ୍ବା ପେଟ୍ରୋଲ ଚାଳିତ ଗାଡିଠାରୁ ଦୂରେଇ ଇ-ଯାନ ବ୍ୟବହାର କରିବେ ଏଭଳି ସନ୍ଦେଶ ଦେବାକୁ ଚାହାନ୍ତି ବୋଲି ବେକର କହିଛନ୍ତି । ବେକର ପୂର୍ବ ୟୁରୋପ, ଇରାନ, ଭାରତ, ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆ ଯାତ୍ରା କରି ନ୍ୟୁଜିଲାଣ୍ଡରେ ପହଞ୍ôଚଛନ୍ତି । ଏହି ଯାତ୍ରା ସମୟରେ ସବୁ ବିବରଣୀ ସେ ତାଙ୍କ ନିଜ ଲୋକଙ୍କୁ ଜଣାଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ