ଇ-କାର୍ଟ ଗୋଦାମରୁ ଚୋରି ଘଟଣା ଦୁଇ ଅଭିଯୁକ୍ତକୁ ଗିରଫ

ପାଟଣାଗଡ଼, (ୱା ଏନ ଏସ ):ଖପ୍ରାଖୋଲ ଥାନା ସଦର ମହକୁମାର ଫରେଷ୍ଟ ଛକ ପାଖ ପେଟ୍ରୋଲ ଟେଙ୍କ ନିକଟରେ ଥିବା ଇ -କାର୍ଟ ଗୋଦାମରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇ ଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ ପାଇବାପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ କରି ତଦନ୍ତ କରି ବୁଧବାର ଦୁଇ ଜଣ ଅଭିଜୁକ୍ତ ଙ୍କୁ ଗିରଫ କରିବା ରେ ପୋଲିସ ସଫଳ ହୋଇଛି । ଏନେଇ ଖପ୍ରାଖୋଲ ଥାନା ପରିସରରେ ସାମ୍ବାଦିକଙ୍କୁ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତି ରେ ଇ କାର୍ଟ ଗୋଦାମ ଗୃହ ର କାନ୍ଥ ରେ ଥିବା ସ୍କାଇଲେଟ ବାଟ ଦେଇ ଭିତରକୁ ପଶି ପ୍ରାୟ ୪୦ ହଜାର ଟଙ୍କା ରୁ ଉର୍ଦ୍ଧ ଟଙ୍କା ର ସାମଗ୍ରୀ ଚୋରୀ ହୋଇଥିବା ନେଇ ଇ କାର୍ଟ କମ୍ପାନି ର ସୁପରଭାଇଜର ରାଜେଶ ଦାସ ଖପ୍ରାଖୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରାଥମିକ ତଦନ୍ତ କରି ସାଇନଟିଫିକ୍ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରହିଥିବା ବେଳେ ଚୋରି କରିଥିବା ସାମାନ ସହିତ ଏକା ବାଇକ ଦୁଇଟି ମୋବାଇଲ ଫୋନ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତ କୁ ଗିରଫା କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି । ଅଭିଯୁକ୍ତ ମାନେ ହେଲେ ଖପ୍ରାଖୋଲ ଥନା ଅନ୍ତର୍ଗତ ବଡଗୁର୍ଜିଭଟା ଗାଁ ର ନୀତିଶ କୁମାର ବାରିକ(୨୪) ଓ ଖପ୍ରାଖୋଲ ଗ୍ରାମ ର ଅର୍ଜୁନ ନାଗ (୨୦)ବୋଲି ଖପ୍ରାଖୋଲ ଥାନା ଅଧିକାରୀ ଛତର ସୂଚନା ଦେଇଥିବା ବେଳେ ଏ ନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୫୬/୨୪ରେ ବିଭିନ୍ନ ଦଫା ରେ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି। ଏହି ଅବସରରେ ଏସ ଆଇ ଲକ୍ଷ୍ମୀ ଧର ସ୍ୱାଇଁ, ଏ ଏସ ଆଇ ନବୀନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଘଟଣାର ୨୪ ଘଣ୍ଟା ମଧ୍ୟ ରେ ଅଭିଯୁକ୍ତ ଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ