ଇ. ରୁପେଶ ପାଣିଗ୍ରାହୀ ସାନଗୁଡା ଗ୍ରାମର ପାଣି ସମସ୍ୟା ଦୂର କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସମାଜସେଵୀ ତଥା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ପିଇବା ପାଣି ପାଇଁ ହନ୍ତସନ୍ତ ଭୋଗୁଥିବା ସାନଗୁଡା ଗ୍ରାମର ପାନୀୟ ଜଳ ସମସ୍ୟାକୁ ନିଜସ୍ୱ ଉଦ୍ୟମରେ ସମାଧାନ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପରିଡା ପଞ୍ଚାୟତ ଅନ୍ତର୍ଗତ ସାନଗୁଡା ଗ୍ରାମରେ ଦୀର୍ଘ ଦିନ ହେବ ପିଇବା ପାଣି ର ସମସ୍ୟା ଲାଗିରହିଥିଲା,ସାନଗୁଡା ଗ୍ରାମ ରେ ଥିବା ଗୋଟିଏ ମାତ୍ର ନଳ କୁଅ ରହିଛି, ସେଇ ନଳ କୁଅ ଟି ରୁ ଦୂଷିତ ନାଲି ପାଣି ବାହାରୁଥିବା ସର୍ତେ ସେଇ ପାଣି କୁ ଗ୍ରାମ ବାସି ବ୍ୟବହାର କରି ବିଭିନ୍ନ ରୋଗ ରେ ପୀଡିତ ହେଉଥିଲେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲା ସରପଞ୍ଚ ଙ୍କୁ,ସରପଞ୍ଚ ବହୁ ନେତା କୁ ଜଣାଇବା ସର୍ତେ,କୌଣସି କାର୍ଯ୍ୟକାରୀ ହୋଇନଥିଲା କିନ୍ତୁ ଗତକାଲି ରାତି ରେ ପୂର୍ବତନ ସରପଞ୍ଚ ସିମିୟ ମଣ୍ଡଳ,ବର୍ତମାନ ଥିବା ସରପଞ୍ଚ ପିନସ ରିଇତ ,ପ୍ରବୀଣ ଲିମା ମିଳିତ ଭାବେ ଆସି ସମସ୍ୟା ବିଷୟ ରେ ଜାଣିଥିଲେ ବିଜେଡି ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଙ୍କୁ, ସେ ଆଶ୍ୱସନା ଦେଇ କହିଲେ ଯେ ଆପଣ ମାନେ ଆସନ୍ତା କାଲି ସକାଳେ ଆସନ୍ତୁ,ମାତ୍ର ୧୨ ଘଣ୍ଟା ମଧ୍ୟରେ ସମସ୍ତ ପାଣି ଯୋଗାଣ ର ଟାଙ୍କି ପାଇପ ବିଭିନ୍ନ ଉପଯୋଗୀ ଜିନିଷ ଯୋଗାଇଦେଇଥିଲେ, ସ୍ଥାନୀୟ ଗ୍ରାମ ବାସି ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଙ୍କୁ କୃତଜ୍ଞତା ଜଣାଇବା ସହ ଉଦ୍ଦଘାଟନ ଦିବସ ରେ ମୁଖ୍ୟ ଅତିଥି ଭାବେ ଆସିବା ପାଇଁ ନିବେଦନ କରିଥିଲେ,ଏହି କାର୍ଯ୍ୟ ଗୁଡିକ ରେ ସହଯୋଗ କରିଥିଲେ ଦିପୁ ପଟନାୟକ.