ଈଶାଣୀ ବୈଶାଖୀ ମହୋତ୍ସବ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :ଈଶାଣୀର ୩୬ତମ ଉଡ଼ାଯାତ୍ରା, ୨୪ତମ ବାସନ୍ତି ପୂଜା ଓ ସପ୍ତମ ବୈଶାଖୀ ମହୋତ୍ସବ ଆୟୋଜନ ସମ୍ପର୍କିତ ପ୍ରସ୍ତୁତି ବୈଠକ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସେନାପତିଙ୍କ ପୌରୋହିତ୍ୟରେ ଉଡ଼ାପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଭାଗବତ ସାହୁଙ୍କ ପ୍ରାରମ୍ଭିକ ସୂଚନା ପରେ କମିଟିର ପୂର୍ବତନ ସଭାପତି ଦିବଂଗତ କୈଳାସ ଦାସଙ୍କ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତା ଏପ୍ରିଲ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୨୪ତମ ବାସନ୍ତି ପୂଜାଉତ୍ସବ, ୧୦ରୁ ୧୪ ପର୍ଯ୍ୟନ୍ତ ୩୬ତମ ଉଡ଼ାଯାତ୍ରା ଉତ୍ସବ ଏବଂ ୧୦ ତାରିଖ (ରାମନବମୀ)ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୫ଦିନିଆ ସପ୍ତମ ବୈଶାଖୀ ମହୋତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । କମିଟିର ଉପ-ସଭାପତି ନରେନ୍ଦ୍ର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ତାଙ୍କ ହାତପାଣ୍ଠିରୁ ୧ଲକ୍ଷ ୩୦ ହଜାର ଟଙ୍କା ପଡ଼ିଆର ପ୍ରବେଶପଥ ଉନ୍ନତିକରଣ ପାଇଁ ପ୍ରଦାନ କରିଥିବାର ସୂଚନା ଦେଇଥିଲେ । ଏନେଇ କମିଟି ପକ୍ଷରୁ ବିଧାୟକ ଶ୍ରୀ ପରିଡ଼ାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ଏହି ଅବକାଶରେ ଚଳିତବର୍ଷ ପାଇଁ କମିଟିର କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଆଇନଜୀବୀ ଶ୍ରୀ ସେନାପତ ଓ କବି ଶ୍ରୀଦେବ, ସ୍ଥାନୀୟ ୱାର୍ଡ଼ସଦସ୍ୟ ମନ୍ମଥ ମାଝୀ ଓ ଶ୍ରୀମତୀ ସସ୍ମିତା ଦାସ, ଭାଗବତ ସାହୁ, ଲକ୍ଷ୍ମୀଧର ସ୍ୱାଇଁ, ନରେନ୍ଦ୍ର ଦାସ, ମହେନ୍ଦ୍ର ମହାଳିକ, ରାମଚନ୍ଦ୍ର ଦାସ, ପଞ୍ଚାନନ ଦାସ, ଅଂଜନ କୁମାର ଦାସ, ଦୀନବନ୍ଧୁ ଦାସ, ଦୀନବନ୍ଧୁ ବେେହେରା, ଡମ୍ବରୁଧର ଦାସ, ସନାତନ ବେହେରା, ମନୋଜ ଦାସ, ଜନାର୍ଦ୍ଦନ ବିନ୍ଧାଣୀ, ମନୋରଂଜନ ସେଠୀ, ଅନନ୍ତ ଗୋପାଳ ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ବିଜୟ ଦାସ, ଶ୍ରୀକାନ୍ତ ଦାସ ଓ ପ୍ରଫୁଲ୍ଲ ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଥିବା ୩ ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏନେଇ କମିଟି ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ