ଉଇଣ୍ଡ ଚାଇମସ୍ ଟାଙ୍ଗନ୍ତୁ, ବଦଳିଯିବ ଘରର ଭାଗ୍ୟ

ଉଇଣ୍ଡ ଚାଇମସ୍ କ’ଣ ଜାଣିଛନ୍ତି? ଏହା ଏକପ୍ରକାର ଘଣ୍ଟି, ଯାହାକୁ ଘରେ ଟଙ୍ଗାଯାଏ । ପବନରେ ଏହା ଝୁଣଝୁଣ ଶବ୍ଦ କରି ବାଜିଥାଏ । ଏହାକୁ ଘରେ ଟାଙ୍ଗିଲେ ବହୁତ ଶୁଭ ଫଳ ମିଳିଥାଏ । ଫେଙ୍ଗୁସୁଇ ଅନୁସାରେ ଏହାର ପ୍ରଭାବରେ ନକାରାତ୍ମକ ଶକ୍ତିଙ୍କର ଘରେ ପ୍ରବେଶ ହୋଇପାରିନଥାଏ । ଏହା ସହ ଘର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଏକ ଭଲ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ଉଇଣ୍ଡ ଚାଇମସ୍ ଘରର କେଉଁଠି ଟାଙ୍ଗିଲେ ଲାଭ ମିଳିଥାଏ ।
ଉଇଣ୍ଡ ଚାଇମସ୍ ସାଧାରଣତଃ କାଠ, ମାଟି ଓ ବିଭିନ୍ନ ଧାତୁରେ ନିର୍ମିତ ହୋଇଥାଏ । ଏହାକୁ ଘରର ପଶ୍ଚିମ, ଉତ୍ତର ପଶ୍ଚିମ କିମ୍ବା ଉତ୍ତର ଦିଗରେ ଲଗାଇଲେ ଶୁଭ ଫଳ ମିଳିଥାଏ ।ଘରର ପୂର୍ବ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ଦିଗରେ କାଠରେ ନିର୍ମିତ ଉଇଣ୍ଡ ଚାଇମସ୍ ଟାଙ୍ଗନ୍ତୁ । ଦକ୍ଷିଣ ପଶ୍ଚିମ, ଉତ୍ତର ପୂର୍ବ ଓ ମଧ୍ୟ ଦିଗରେ ମାଟିରେ ନିର୍ମିତ ଘଣ୍ଟି ଟାଙ୍ଗିଲେ ମଧ୍ୟ ଭଲ ଫଳ ମିଳିଥାଏ ।ତେବେ ଏହି ଘଣ୍ଟି କିଣିବା ବେଳେ ଏହାର ଧ୍ୱନି ପରେ ଧ୍ୟାନ ଦିଅନ୍ତୁ । ଘଣ୍ଟିର ଧ୍ୱନି ମଧୁର ହୋଇଥିବା ଦରକାର । ଏହି ଘଣ୍ଟି ବାଜିଲେ ଘରୁ ନକାରାତ୍ମକ ଉର୍ଜା ଓ ଅଶୁଦ୍ଧତା ଦୂର ହୋଇଥାଏ । ଘଣ୍ଟି ସାଧାରଣତଃ ୬, ୭ କିମ୍ବା ୮ ଷ୍ଟିକର ହୋଇଥିବା ଜରୁରୀ । ୭ କିମ୍ବା ୮ ଘଣ୍ଟି ଘରର ସୌଭାଗ୍ୟ ବଢ଼ାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ