ଉଇ କେନ୍ ପରିବାର ପକ୍ଷରୁ ଡ୍ୟାମ ପଡାରେ ରିଲିଫ୍ ବଣ୍ଟନ
ବଲାଙ୍ଗୀର ,(ଯୁଗାବ୍ଦ ନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲାରେ ଚଳିତ ମାସ ୧୨ ଓ ୧୩ ତାରିଖ ଦିନ ଲଗାଣ ବର୍ଷା ପ୍ରଭାବରେ ଜିଲ୍ଲାର ଡ୍ୟାମପଡା ବିଶେଷ କ୍ଷତିଗ୍ରସ୍ତଙ୍କୁ ଉଇକେନ୍ ପରିବାର ପକ୍ଷରୁ ଡ୍ୟାମପଡାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଚକ୍ ,ଖାତା , ପେନ ୍,ପେନସିଲ୍ , ରବର ,ସିଲଟ୍ , ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା, ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର, ନେପାଲ ଚନ୍ଦ୍ର ବାଗ, ଦିଗାମ୍ବର ନାଏକ, ରାମ ନାରାୟଣ ଦାଶ, ରଞ୍ଜିତ ମିଶ୍ର, ଅଶ୍ୱିନୀ ଷଡଙ୍ଗୀ, ମିନକେତନ ଡାଙ୍ଗ, ଦ୍ୟୁତି ରଞ୍ଜନ ମହାଲିଙ୍ଗ, ବିଜୟ କୁମାର ଦାସ, ଭକ୍ତ ଚରଣ ନାଏକ, ବଂଶିଧର ସା, ରବିଚନ୍ଦ୍ର ପସାୟତ, ସହଦେବ ମଲ୍ଲିକ, ବିଭୀଷଣ ପଧାନ, ଭୁବନେଶ୍ୱର ମହାକୁର, ରୁଦ୍ରଧର ତ୍ରିପାଠୀ, ଅନିଲ ନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।