‘ଉଇ ଲଭ ହାଟଡିହି’ ସେଲଫି ପଏଣ୍ଟ ଉଦଘାଟିତ

ହାଟଡିହି,(ବିକାଶ ବିଶ୍ୱାଳ): ଛେନାପଦି- ହଦଗଡ ରାସ୍ତାର ଦୁଆରଶୁଣି ନିକଟରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ‘ଉଇ ଲଭ ହାଟଡିହି’ ସେଲଫି ପଏଣ୍ଟକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏଥିରେ ଆଞ୍ଚଳିକ ଯୁବପରିଷଦର ସଭାପତି ଚିନ୍ମୟ ନାୟକ, ଉପଦ୍ଦେଷ୍ଟା ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ସେଲଫି ପଏଣ୍ଟ ଦ୍ୱାରା ଗଡଚଣ୍ଡୀ ଓ ହଦଗଡ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ମାନେ ସେଲଫି ନେଇ ମଜା ଉଠାଇ ପାରିବେ ବୋଲି ବିଧାୟକ ମତପୋଷଣ କରିଥିଲେ । ଏହି ଉଦଘାଟନ ଉତ୍ସବରେ ବିଧାୟକଙ୍କ ସହିତ ମନୋଜ ପାତ୍ର, ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ଗୌରାଙ୍ଗ ରଣା, କୁଳମଣି ରାଉତ, ଉମାକାନ୍ତ ଜେନା, ଭୁବନାନନ୍ଦ ଓଝା, ଅମୀୟ ନାୟକ, ପ୍ରଦୀପ କୁମାର ଜେନା ପ୍ରମୁଖଙ୍କ ସହିତ ଆଞ୍ଚଳିକ ଯୁବ ପରିସଦର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ