ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ପାଳିତ
ସାନଖେମୁଣ୍ଡି (ଯୁଗାବ୍ଦ ନ୍ୟୁଜ) ସେବା ଓ ତ୍ୟାଗର ମୂତ ମନ୍ତ ପ୍ରତୀକ ପୁଣ୍୍ୟାତ୍ମା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଉଞ୍ଜା ସ୍ଥିତ ଗୋପବନ୍ଧୁ ସେବା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଓଡିଶା ଗଠନ ସହ ପ୍ରାକୃତିକ ଦୁର୍ବୀପାକ ସମୟରେ ଉକ୍ରଳମଣିଙ୍କ ମାବ ସେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ । ଗୋପବନ୍ଧୁଙ୍କ ଆଦର୍ଶ ଓ କାର୍ଯ୍ୟଧାରରେ ଅନୁପ୍ରାଣୀତ ହେବାକୁ ଗୁରୁତ୍ୱାରୋପ କରାଯାଇଥିଲା । ୧୯୯୦ ପ୍ରଳୟରୀ କନ୍ୟା ପରେ ବନ୍ୟାଦୁର୍ଗତଙ୍କୁ ଥଇଥାନ ପାଇଁ ଗୋପବନ୍ଧୁଙ୍କ ମାନଓ ସନ୍ତାନ ଲୋକସେବକ ମଣ୍ଡଳ ପକ୍ଷରୁ ନିର୍ମିତ ଗୋପବନ୍ଧୁଙ୍କ ମାନସ ସନ୍ତାନ ଲୋକ ସେବକ ମଣ୍ଡଳ ପକ୍ଷରୁ ନିର୍ମିତ ଗୋପବନ୍ଧୁ ସେବାଗ୍ରାମରେ ଥିବା ପୂଣ୍ୟାତ୍ମାଙ୍କ ପ୍ରତିମୂର୍ତୀରେ ପୁଷ୍ପାମାଲ୍ୟ ଅର୍ପଣ ସହ ପ୍ରାର୍ଥନା କରାଯାଇଥିଲା । ଏଥିରେ ସମିତି ସଭ୍ୟ ତୋଫାନ ସ୍ୱାଇଁ , ସାମ୍ବାଦିକ ବିନାୟକ ଦାଶ , ସାମାଜିକ କର୍ମୀ ବିଟୁ ଗୌଡ, ତ୍ରିଲୋଚନ ବେହେରା , ବୃନ୍ଦାବନ ସେଠୀ , ଶ୍ରୀକାନ୍ତ ନାୟକ , ଭଗବାନ ସେଠୀ , ଗୈରାଙ୍ଗ ସେଠୀ , କାଶୀନାଥ ବେହେରାଙ୍କ ସମେତ ଗ୍ରାମବାସୀ ଯୋଗଦେଇଥିଲେ ।


