ଉକ୍ରଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ଅଷ୍ଟମ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍ ) : ଉକ୍ରଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ଯାହା ୨୦୦୦୦ କେମେଷ୍ଟି ଏଣ୍ଡ ଡ୍ରଗିଷ୍ଟକୁ ନେଇ ଗଠିତ ଏବଂ ସମସ୍ତଙ୍କର ବ୍ୟବସାୟିକ ସ୍ୱାର୍ଥ ପାଇଁ ସର୍ବଦା ଚେଷ୍ଟିତ, ତାହାର, ୮ମ କାର୍ଯ୍ୟକାରିଣୀ ସଭା ଓ ସ୍ୱତନ୍ତ୍ର ସାଧାରଣ ସଭା ତା ୧୨.୬.୨୦୧୯ରିଖ ଦିନ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରର୍ସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଓ ସମ୍ମାନିତ ଅତିଥି ଭାବେ ଜଳସମ୍ପଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଉପସ୍ଥିତ ସଭ୍ୟମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବ୍ରତି ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସାରା ରାଜ୍ୟର ପ୍ରାୟ ୮୦୦ ସଭ୍ୟ ଉକ୍ତ ସଭାକାର୍ଯ୍ୟରେ ଯୋଗ ଦେଇ ସଂଘର ନିଜସ୍ୱ ସମ୍ବିଧାନ ସଂଶୋଧନ ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ୟୁ.ସ.ଡ଼ି.ଏ.ର କୋଷାଧ୍ୟକ୍ଷ ଶ୍ରୀ ଦେବଦତ୍ତ ଦାସ ସଂଘର ଆୟବ୍ୟୟର ବିଶଦ୍ ବିବରଣୀ ପ୍ରଦାନ କରିଥିଲେ । ସଭ୍ୟମାନଙ୍କର ବିଭିନ୍ନ ବ୍ୟବସାୟିକ ସମସ୍ୟା ଓ ସମାଧାନର ଉପାୟ ବିଷୟରେ ଆଲୋକପାତ କରିବା ସହିତ ସଂଘର ସୁପରି•ଳନା ପାଇଁ ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକଙ୍କ ସହିତ ସାଧାରଣ ସଭ୍ୟମାନଙ୍କର ସହଯୋଗ କାମନା କରିଥିଲେ ୟୁ.ସି.ଡି.ଏ.ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମହାପାତ୍ର । ସଭାକାର୍ଯ୍ୟକୁ ୟୁସିଡ଼ିଏର ସଭାପତି ଶ୍ରୀ ପି ସତ୍ୟନାରାୟଣ ପରି•ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ