ଉକ୍ରଳ ଦିବସ ପାଳିତ
ବେଲଗୁଣ୍ଠା (ଜୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ କଲେଜରେ ଉକ୍ରଳ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଉକ୍ରଳ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ କୈଳାସ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି, ଡଃ ବନମାଳି ପାଣିଗ୍ରାହୀ ମୁଖ୍ୟବକ୍ତା, ଅଧ୍ୟାପକ ଗିରିଜାକାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଏକ ମହାନ ଜାତି, ଭାଷା ସାହିତ୍ୟ ଓ ସଂସ୍କୃତି ଐତିହ୍ୟର ପ୍ରାଚୁର୍ଯ୍ୟ ମଧ୍ୟରେ ଓଡ଼ିଆ ଅସ୍ମିତାର ନୂଆ ପରିଚୟ ପାଇଁ ଡିଜିଟାଲ ଓଡ଼ିଆ ହେବାର ଆବଶ୍ୟକତା ରହିଛି । ଏଥିପାଇଁ ତରୁଣ ପିଢ଼ିର ମାନସିକତା ପରିବର୍ତ୍ତନ କରିବାର ଅଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ପ୍ରଦୀପ ଜାଳି ଅତିଥିମାନେ ଉତ୍ସବ ଉଦ୍ଘାଟନ କରିଥିବାବବେଳେ ସାଂସ୍କୃତିକ ପରିଷଦ ଉପସଭାପତି ଅଧ୍ୟାପକ ରୁନିବାଳା ସ୍ୱାଗତ ଭାଷଣ ଦେଇଥିଲେ । ସହ ଉପସଭାପତି ଦେବେଶେ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଡଃ ରାଜେନ୍ଦ୍ର ଡାକୁଆ ଓ ଡଃ ରାମପ୍ରସାଦ ପଣ୍ଡା ପୁରସ୍କାର ପ୍ରଦାନ କାର୍ଯ୍ୟ ପରିଚାଳନା କରିଥିଲେ । ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଲେଜ ଅଧ୍ୟକ୍ଷ ଅମୂଲ୍ୟ ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟାପକ ସୂଯ୍ୟକାନ୍ତ ମହାନ୍ତି, ବି. ଗୋବିନ୍ଦ ରାଓ, ପ୍ରଦୀପ କୁମାର ତ୍ରିପାଠୀ, ସୁଶାନ୍ତ କୁମାର ଲେଙ୍କା, ବିଷ୍ଣୁପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ରିଙ୍କି ପୋଲାଇ, ସ୍ୱରୁପା ରାଣୀ ବିଶ୍ୱାଳ, ଭାରତୀୟ ବିଶ୍ୱାଳ, ବିଜୟ ଲକ୍ଷ୍ମୀ ପାଢ଼ୀ, ସଞ୍ଜୟ କୁମାର ସାହୁ, ଦିବାକର ମୁନି ଓ କପିଳ ସାହୁଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


