ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ବାତ୍ୟା ଅଂଚଳରେ ସେବାକାର୍ଯ୍ୟ
ଭୁବନେଶ୍ୱର :ସାମୁଦ୍ରିକ ଝଡ ଫଣି ଓଡିଶାର ଅର୍ଦ୍ଧଧିକ ଜିଲ୍ଲାରେ ବିପୁଳ କ୍ଷୟ କ୍ଷତି ଘଟାଇଛି । ବାତ୍ୟାର କ୍ଷତିଗ୍ରସ୍ତ ଅଂଚଳରେ ରାଷ୍ଟ୍ରୀୟ ସେବାଭାରତୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଉକ୍ରଳ ବିପନ୍ନ ସହାୟତା ସମିତିର ସହଯୋଗରେ ଯାନବାହାନ ଚଳାଚଳ ପାଇଁ ରାସ୍ତାଘାଟ ପରିଷ୍କାର କରିବା ସହ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ କରାଯାଉଅଛି । ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ୩ ତାରିଖ ବାତ୍ୟା ସମୟରେ ସମିତି ପରିସରରେ ନିକଟବର୍ତୀ ବସ୍ତି ଅଂଚଳର ରହୁଥିବା ପ୍ରାୟ ୪୦୦ ଉଦ୍ଧ୍ୱର୍ ବାସିନ୍ଦାମାନଙ୍କୁ ରହିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏତଦ୍ ବ୍ୟତୀତ ପ୍ରାୟ ୧୦ କୁଇଂଟାଲ ଚୁଡା,ଗୁଡ, ମହମବତୀ, ଦିଆସିଲି, ଲକ୍ଷାଧିକ ବୋତଲ ପାଣି ଓ ତାରପୋଲିନ୍ କିଛି ଅଂଚଳରେ ଯୋଗାଇ ଦିଆଯାଇ ଅଛି । ଯେହେତୁ ପ୍ରଦେଶର ତଟବର୍ତି ଜିଲ୍ଲାମାନଙ୍କରେ ବିପୁଳ କ୍ଷୟ କ୍ଷତି ହୋଇ ଅଛି ସେଥିପାଇଁ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୭ ଗୋଟି ସହାୟତା କେନ୍ଦ୍ର ସମିତି ତରଫରୁ ଖୋଲା ଯାଇଅଛି । ପୁରୀର ଘୋଡାବଜାର ଶିଶୁ ମନ୍ଦିର, ଶିଶୁ ମନ୍ଦିର ବ୍ରହ୍ମଗିରି, ଦାଣ୍ଡମୁକୁନ୍ଦପରୁ, ଚାନ୍ଦପୁର, ନିମାପଡା, ଭୁବନେଶ୍ୱରର ୟୁନିଟ-୩ ଶିଶୁ ମନ୍ଦିର, କଟକର ମହାନଦୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସହାୟତା କେନ୍ଦ୍ର ସ୍ୱୟଂସେବକମାନଙ୍କ ଦ୍ୱାରା କାର୍ଯ୍ୟ କରୁଅଛି । ମୁଖ୍ୟ କେନ୍ଦ୍ର ଉକ୍ରଳ ବିପନ୍ନ ସହାୟତା ସମିତିକୁ ବିଭିନ୍ନ ଅଂଚଳରୁ ଆସୁଥିବା ସାହାର୍ଯ୍ୟ ଗୁଡିକ ଉପରୋକ୍ତ କେନ୍ଦ୍ରମାନଙ୍କରେ ପହଂଚାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଅଛି । କଟକ, ଜଗତସିଂହପୁର ଜିଲ୍ଲାରେ ଅଧିକ କେନ୍ଦ୍ର ଖୋଲା ଯିବା ପାଇଁ ବ୍ୟବସ୍ଥା କରାଯାଉ ଅଛି ।