ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ରଥଯାତ୍ରାରେ ସେବାକାର୍ଯ୍ୟ

ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଶ୍ୱ
ପ୍ରଶିଦ୍ଧ ଘୋଷଯାତ୍ରା ସମୟରେ ସମିତି ତରଫରୁ ପ୍ରାଥମିକ ଚିକିତ୍ସାରେ ୪୫୮ଜଣ ରୁଗ୍ଣମାନଙ୍କୁ ଡା. ଅଞ୍ଜନ କୁମାର ସାହୁ, ଡା. ସୁବ୍ରତ କୁମାର ମିଶ୍ର ଚିକି ତ୍ସା କରି ଔଷଧ ବିତରଣ କରିଥିଲେ, ପାନୀୟଜଳ ବ ନରେ ୨୦ ଜଣ, ଭ୍ରାମ୍ୟମାଣ ପାନୀୟଜଳ ବ ନରେ ୨୦ ଜଣ, ପାଣି ସି ନରେ ୨୦ ଜଣ, ଡାକ୍ତରଖାନରେ ରୋଗୀ ସହାୟତା ନିମନ୍ତେ ୧୨ ଜଣ, ଷ୍ଟ୍ରେଚର ସେବାରେ ୨୫ଜଣ, ଆମ୍ବୁଲାନ୍ସସେବାରେ ୮ଜଣ ଓ ରଥ କଡନରେ ଅନ୍ୟାନ୍ୟ ସମସ୍ତ ସ୍ୱୟଂସେବକମାନେ ନିୟୋଜିତ ଥାଇ ୮ପ୍ରକାର ସେବା ପ୍ରଦାନ କରାଯାଇଛି ଓ ସମଗ୍ର ଓଡିଶା ତଥା ପଶ୍ଚିମ ବଙ୍ଗରୁ ୭୦୦ ରୁ ଅଧିକ ସ୍ୱୟଂସେବକ ନିୟୋଜିତ ଥିଲେ ବୋଲି ସଂଘର ସହପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଏହି ସେବାକାର୍ଯ୍ୟକୁ କିମ୍ସ ହସ୍ପିଟାଲର ହୁଦରୋଗ ବିଶେଷଜ୍ଞ ଡା. ବନବିହାରୀ ମିଶ୍ର ଉଦ୍ଘାଟନ କରିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରୀଷ୍ଠ ପ୍ରଚାରକ ସର୍ବଶ୍ରୀ ସୁନୀଲପଦ
ଗୋସ୍ୱାମୀ, କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, ଓଡିଶା ପୂର୍ବ ସଂଘଚାଳକ ସମୀର ମହାନ୍ତି, କାର୍ଯ୍ୟବାହ ଅନିଲ କୁମାର ମିଶ୍ର, ସହକାର୍ଯ୍ୟବାହ ସୁଦର୍ଶନ ଦାସ, ପ୍ରାନ୍ତ ପ୍ରଚାରକ ବିପିନ ବିହାରୀ ନନ୍ଦ, ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ଉକ୍ରଳ ବିପନ୍ନ ସହାୟତା ସମିତିର ଉପସଭାପତି ବିପିନ ବିହାରି ପାଢୀ, ଯୁଗ୍ମ ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ, ସଦସ୍ୟ ବିଜୟ କୁମାର ସ୍ୱାଇଁ ପ୍ରଭୁତି ଉପସ୍ଥିତ ଥିଲେ । ପ୍ରାଥମିକ ସେବା ଯୋଗାଇ ଦେବାପାଇଁ ୫ ଜଣ ଫାର୍ମାସିଷ୍ଟ ଓ ସହାୟତା କରିବା ପାଇଁ ୫ ଜଣ ସଦସ୍ୟ ନିୟୋଜିତ ଥିଲେ ।ଶ୍ରୀ ସୁନୀଲପଦ ଗୋସ୍ୱାମୀ, ଶ୍ରୀ ସମୀର ମହାନ୍ତି ଓ ମୁଖ୍ୟ ଅତିଥି ଡା. ବନବିହାରୀ ମିଶ୍ର, ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ପ୍ରଦାନ କରାଯାଉଥିବା ସେବାକାର୍ଯ୍ୟ ପାଇଁ ଭୁୟସୀ ପ୍ରସଂଶା କରିଥିଲେ ଓ ଶ୍ରୀ ଦିବାକର ପ୍ରସାଦ ହରିଚନ୍ଦନ ମ ପରିଚାଳନା କରିଥିଲେ । ଏହି ସମସ୍ତ ସେବାକାର୍ଯ୍ୟକୁ ଶ୍ରୀ ରୁଦ୍ରନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ
ପରିଚାଳନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ