ଉଚିତ ପାରିଶ୍ରମିକ ପାଇଁ ଲଢେଇ ଡାକରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଏ.ଆଇ.ଟି.ୟୁ.ସି. କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ ବର୍ତ୍ତମାନ ପାଚିକା ଓ ସହାୟିକା ମାନଙ୍କୁ ବର୍ଷକ ୧୨ମାସରୁ ୧୦ମାସର ପାରିଶ୍ରମିକ ବଦଳରେ ୧୨ ମାସର ପାରିଶ୍ରମିକ ପ୍ରଦାନ କରାଯିବା, ଦରଦାମ ବୃଦ୍ଧି ବେଳେ ମାସିକ ପାରିଶ୍ରମିକ ୧୪ ଶହ ଟଙ୍କା ପରିବର୍ତ୍ତେ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ନିର୍ଦେଶ ଅନୁସାରେ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ପାଚିକାମାନଙ୍କୁ କୋଭିଡ ସହାୟତା ପ୍ରଦାନ, ଛାତ୍ରଛାତ୍ରୀ ହ୍ରାସ ପାଇବା ପରେ ସଂପୃକ୍ତ ସ୍କୁଲକୁ ନିକଟ ସ୍କୁଲରେ ମିଶ୍ରଣ ହେବା ପରେ ପାଚିକା ଛଟେଇ ବନ୍ଦ କରାଯିବା, ୨୦୦୯ ମସିହା ଡିସେମ୍ବର ମାସରୁ ୨୦୧୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କଟାଯାଇଥିବା ୨୮ ମାସର ଦରମା ତୁରନ୍ତ ପ୍ରଦାନ କରିବା, ପାଚିକାଙ୍କୁ ଅନ୍ୟ କାମରେ ଗୋତିି ଶ୍ରମିକ ଭଳି ବ୍ୟବହାର କରାନଯିବା, ସ୍ୱାସ୍ଥ୍ୟଗତ ଛୁଟି ପ୍ରଦାନ କରିବା ପ୍ରଭୃତି ଦାବି ରହିଛି । ଯଦି ସରକାର ଏହି ଦାବି ଗୁଡିକ ପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ଓଡିଶା ବିଧାନ ସଭା ସମ୍ମୁଖରେ ଆସନ୍ତା ୧୦ ତାରିଖ ଠାରୁ ଆହୋରାତ୍ର ଗଣ ଧାରଣା ଦିଆଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ ସମୟରେ ସଙ୍ଘର ଜିଲ୍ଲା ସଭାପତି ସାଥୀ ସୁହାନା ବେଗମ, ସମ୍ପାଦିକା ସାଥୀ ସୈାଭାଗିନୀ ପତି, କାର୍ଯ୍ୟକାରୀ ସଭାପତି ସାଥୀ ଗଜେନ୍ଦ୍ର ନାୟକ,ଏ.ଆଇ.ଟି.ୟୁ.ସି. ନେତା ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ମହାକାଳପଡା ବ୍ଲକ ସଭାପତି ସାଥୀ ଡାଙ୍ଗୀ ସ୍ୱାଇଁ, ଉପ ସଭାପତି ସାଥୀ ଝରଣା ରାଉତ, ସାଥୀ ଝରଣା ସ୍ୱାଇଁ, ଜିଲ୍ଲା ଉପସଭାପତି ସାଥୀ ଦମୟନ୍ତୀ ସାମଲ, ସାଥୀ ମନୋରମା ନାୟକ, ଡେରାବିଶ ବ୍ଲକ ଆବାହକ ସାଥୀ ଅନିତା ରାଣୀ ଜେନା, ପଟ୍ଟାମୁଣ୍ଡାଇ ସଭାପତି ସାଥୀ ଚାରୁଲତା ନାୟକ, ରାଜନଗର ସଭାପତି ସାଥୀ ଲକ୍ଷ୍ମୀ ପ୍ରିୟା ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ