ଉଚ୍ଚଶିକ୍ଷା ଏବଂ କୃଷି ବିଭାଗ ୫-ଟିରେ ସାମିଲ୍
ଭୁବନେଶ୍ବର : ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ପ୍ରଚଳନ କରାଯାଇଛି। ବିଭିନ୍ନ ବିଭାଗରେ ସ୍ବଚ୍ଛତା ଆଣିବା ରାଜ୍ୟ ସରକାର ପ୍ରୟାସ ଚଳାଇଛନ୍ତି। ସମ୍ପ୍ରତି ୫-ଟିରେ ଉଚ୍ଚଶିକ୍ଷା ଏବଂ କୃଷି ବିଭାଗକୁ ସାମିଲ କରାଯାଇଛି।
କୃଷି ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ତଥା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କୃଷି ବିଭାଗକୁ ୫-ଟିରେ ସାମିଲ କରାଯାଇଛି ବୋଲି କୃଷି ବିଭାଗ ସଚିବ ସୌରଭ ଗର୍ଗ ପ୍ରକାଶ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଶୁଣିବା ସହିତ ଚାଷୀଙ୍କ ମତାମତ ନିଆଯିବ ବୋଲି ଗର୍ଗ ପ୍ରକାଶ କରିଛନ୍ତି। ପୋଖରୀ ଖନନ କରାଯାଇ ଚାଷୀମାନଙ୍କୁ ସ୍ବାବଲମ୍ବୀ କରାଯିବା ସହିତ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରାଯିବ ବୋଲି ଗର୍ଗ ପ୍ରକାଶ କରିଛନ୍ତି । ସେହିପରି ଶିକ୍ଷା ବିଭାଗକୁ ୫-ଟିରେ ସାମିଲ କରାଯାଇଥିବା ନେଇ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ୫-ଟିରେ ସାମିଲ ହେବା ସହିତ ବିଭିନ୍ନ ଆକ୍ସନ୍ ପ୍ଲାନ୍ ସମ୍ପର୍କରେ ପ୍ରକାଶ କରିଥିଲେ ଶିକ୍ଷାମନ୍ତ୍ରୀ। ଉଚ୍ଚଶିକ୍ଷା ବିଭାଗରେ ମେଧାବୃତ୍ତି ପରିଷଦ ଗଠନ ସହିତ ଶିକ୍ଷକ ମାନଙ୍କର ୭ ଘଣ୍ଟିଆ ଡ୍ୟୁଟି ଏବଂ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ ନାହିଁ ଏବଂ ଧନୀ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍ ପ୍ରଦାନ କରାଯିବ ନାହିଁ ବୋଲି ଜଣାପଡିଛି। ସେହିପରି ମୋ ସ୍କୁଲ ଯୋଜନା ପରି ମୋ କଲେଜ୍ ଯୋଜନାର ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି ।


