ଉଚ୍ଚଶିକ୍ଷା ପଢିବା ପାଇଁ ବିଦ୍ୟାର୍ଥୀ ହନ୍ତସନ୍ତ : ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ
ସୋରଡା (ଯୁଗାବ୍ଦ ନ୍ୟୁଜ): ଆଦର୍ଶ ବିଦ୍ୟାଳୟ ଖୋଲିବାର ଦୀର୍ଘ ଚାରି ବର୍ଷ ପରେ ମଧ୍ୟ ବାରମ୍ଭାର ଅଭିଯୋଗ ସତ୍ତେ୍ୱ ଦ୍ୱାଦଶ ଶ୍ରେଣୀ ଖୋଲା ନହେବାରୁ ଆଜି ଅଭିଭାବ୍କ ଓ ଛାତ୍ରଛାତ୍ରୀ ମାନେ ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି ଧାରଣାରେ ବସିଥିଲେ । ଗୁରୁବାର ସକାଳ ୯ ଟା ଠାରୁ ଧାରଣା ରେ ବସିଥିଲେ । ତହସିଲଦାର ଅମର କୁମାର ବସନ୍ତରାୟ ପହଞ୍ଚି ବୁଝାସୁୁଝା କରିବା ସହ ଭଞ୍ଜନଗର ଉପଜିଲ୍ଲାପାଳ ଓ ଗଂଜାମ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଜଣାଇଥିବା କଥା କହିଥିଲେ । ଏହା ପରେ ଧାରଣାରୁ ଉଠିଥିଲେ । ଚଳିତ ଥର ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ୫୮ ଜଣ ବିଦ୍ୟାର୍ଥୀ ଉଚ୍ଚଶିକ୍ଷା କିପରି କରିବେ ଅଭିଭାବକ ମାନେ ଏହାକୁ ଚିନ୍ତିତ ଅଛନ୍ତି । ଉଚ୍ଚ କତ୍ତୁପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।