ଉଚ୍ଚାହ ଉଦ୍ଧିପନାରେ ତିନିଦିଆ ପରିକ୍ରମା ପ୍ରକଳ୍ପ ରଥ ପରିକ୍ରମା ଶେଷ

ଗୋପାଳପୁର, (ରଘୁରାମ ସାହୁ):ବିଶ୍ୱନିୟନ୍ତା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଚତୃପାଶ୍ୱରେ ନିର୍ମିତ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଉଛବ ନିମନ୍ତେ ଅର୍ପଣ ରଥ ନଗର ପରିକ୍ରମା ସମୟରେ ଗୋପାଳପୁର ବାସୀ ମାନେ ବହୁତ ଆନନ୍ଦ ଓ ଉଲ୍ଲାସରେ ସ୍ୱାଗତ କରିଥିଲେ, ଏଥିସହ ମହାପ୍ରଭୁଙ୍କ ଅର୍ପଣ ରଥ ପରିକ୍ରମା ବେଳେ ଏନଏସି ଅଞ୍ଚଳର ସମସ୍ତ ଘରକୁ ଘର ବୁଲି ଗୁଆ ଚାଉଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି, ସଂଘ୍ରୁତ ଚାଉଳ ଓ ଗୁଆକୁ ନିମନ୍ତ୍ରଣ ସ୍ୱରୂପ ଶ୍ରୀକ୍ଷେତ୍ର ପଠାଯିବା କାର୍ଯ୍ୟକ୍ରମ ରହିଛି, ଏଥିସହ ସମସ୍ତେ ମିଶି ପୁରୀକୁ ଯିବା ପାଇ ନିମନ୍ତ୍ରଣ କରା ଯାଉଛି, ଉକ୍ତ କାର୍ଯ୍ୟକ୍ରମରେ ଦଳ, ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ପ୍ରଥମେ, ଏନଏସି କାର୍ଯ୍ୟାଳୟରୁ ପରିକ୍ରମା ରଥ ବାହାରି ମା ଠାକୁରାଣୀ ମନ୍ଦିର, କଲେଜ ରୋଡ, ଜରା ନିବାଶ, ସିଗିଡି ସାହି, ସାଇ ବାବା ସାହି, ନୁଆ ସାହି ହୋଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ଆନନ୍ଦରେ ଫେରିଥିଲେ । ପ୍ରକାଶ ଥାଉ ପ୍ରରିକ୍ରମ ପ୍ରକଳ୍ପ ନିମନ୍ତେ ତିନିଦିନିଆ ରଥ ପରୀକ୍ରମ କାର୍ଯ୍ୟ ରହିଥିବା ବେଳେ ପ୍ରଥମ ଦିନରେ ଏନଏସି କାର୍ଯ୍ୟାଳୟରୁ ବାହାରି ବଜାରସାହି, ରେଉସାହି, ସାଇବାବା ସାହି ହୋଇ ଜଗନ୍ନାଥ ମନ୍ଦିରରେ ରଥ ପହଞ୍ଚିଥିଲା, ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଏନଏସି ଉପାଧ୍ୟକ୍ଷା ବି. ଉମା, ଗୋପାଳପୁରର ଯୁବ ସମାଜସେବୀ ଏମ୍. ଶିବ ପାତ୍ର ଏବଂ ଭଜ ଗୋବିନ୍ଦ କମିଟି ସମେତ ଗୋପାଳପୁର ବାସିନ୍ଦା, ଯୁବ, ମହିଳା ଗୋଷ୍ଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଏନଏସିର ଅଧ୍ୟକ୍ଷ ଏ. ଜାନକୀରାମ କେବଳ ପ୍ରଥମ ଦିନ ଉପସ୍ଥିତ ଥିବା ବେଳେ ଦୁତୀୟ ଦିନରେ ଅନୁପସ୍ଥିତ ଥିବାରୁ ଅଞ୍ଚଳର ଜନସାଧାରଣଙ୍କ ମଧରେ ଆଲୋଚନା ହୋଇଥିଲା, ଯେ ଯଦି ଏହି ପରି ଜଗନ୍ନାଥ ମହାପ୍ରଭୁଙ୍କ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ତେବେ ଏହି ଏନଏସି ଅଞ୍ଚଳର ଉନ୍ନତି କଥା ଆଉ କଣ ଚିନ୍ତା କରିବେ। ଏହି କାର୍ଯ୍ୟକ୍ରମ ଟିକୁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ପ୍ରତାକ୍ଷ ତତ୍ୱାବଧାନରେ ହୋଇଥିବାରୁ ଗୋପାଳପୁର ବାସିନ୍ଦାମାନେ ଖୁସି ପ୍ରକଟ କରିଥିଲେ, ବୁଧବାର ତୃତୀୟ ଦିନରେ ଅନୁରୂପ ଭାବେ ବାକି ସମସ୍ତ ସାହିଗୁଡିକ ଭଜଗୋବିନ ଗାନ କରାଯିବା ସହ ଜୟ ଜଗନ୍ନାଥ ଧ୍ୱନିରେ ଅଞ୍ଚଳ ପ୍ରାକମ୍ପିତ ହୋଇଥୀଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ