ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଦେଶକୁ ମାନୁନାହିଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ;ନଭେମ୍ବର ୨ରେ ପୁନର୍ବାର ଆନ୍ଦୋଳନ କରିବେ ଗାଁସାଥୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଚଳିତବର୍ଷ ସେପ୍ଟେମ୍ବର ୧୦ରେ ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଯେ, ଆନେକ୍ସଚର-୯ ଅର୍ଥାତ୍ ପିଆର ଡିପାର୍ଟମେଣ୍ଟ ଚିଠି ନଂ-୧୩୦୬୫, ତା ୧୯.୮.୨୦୨୦ ଚିଠି ଅନୁଯାୟୀ ସମଗ୍ର ରାଜ୍ୟରେ ସବୁ ଗାଁ’ରୁ ‘ସ୍ୱୟଂ ସହାୟକ ଗୋଷ୍ଠୀ’ରୁ ଚୟନ ହେବାକୁ ଥିବା ‘ମେଟ୍’ ପ୍ରକ୍ରିୟାକୁ କେଶ୍ ସରିବା ଯାଏ ବନ୍ଦ ରଖାଯାଉ । ଦ୍ୱିତୀୟତଃ ଆନେକ୍ସ୍ଚର-୪ ଅର୍ଥାତ୍ ପିଆର ଡିପାର୍ଟମେଣ୍ଟର ଚିଠି ନଂ- ୧୫୫୩୪, ତା ୨୦.୦୮.୨୦୧୮ର ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟରେ ମନରେଗାରେ କାର୍ଯ୍ୟରତ ସମସ୍ତ ଗାଁସାଥୀ (ମେଟ୍) ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ମାତ୍ର ଏବେ ବି କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ “ମେଟ” ଚୟନ ଜାରି ରହିଛି ଓ ଦ୍ୱିତୀୟତଃ ୧୫୫୩୪ ଚିଠିରେ ଥିବା ୭ଟି ପ୍ରସଙ୍ଗ ଯଥା ଯଥା – ଟ୍ରେନିଂ, ଗାଁସାଥୀ (ମେଟ୍)ଙ୍କ ସ୍ପଷ୍ଟ ଡାଟାବେସ୍, ରାଜ୍ୟରେ ଖାଲିଥିବା ୪୦,୦୦୦ ରୁ ଊର୍ଦ୍ଧ୍ୱ ‘ମେଟ୍’ ସେହି ୧୫୫୩୪, ତା ୨୦.୦୮.୨୦୧୮ରିଖ ଚିଠି ଅନୁଯାୟୀ ଚୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ‘ଗାଁସାଥୀ (ମେଟ୍)ଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ, ବର୍ଷକୁ ଅତିକମ୍ରେ ୧୦୦ ଦିନରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ଉଚିତ୍ ପ୍ରାପ୍ୟ ସହିତ ପ୍ରଦାନ ଓ କମ୍ୟୁନିଟି ପ୍ରୋଜେକ୍ଟ ସହିତ ୧୦ଟି ଲାଇନ୍ ଡିପାର୍ଟମେଣ୍ଟ ଓ ବ୍ୟକ୍ତିଗତ ହିତାଧିକାରୀ ମନରେଗା ପ୍ରକଳ୍ପରେ ପ୍ରାପ୍ୟ ସହିତ ସାମିଲ୍, ‘ମେଟ୍’ ମାନଙ୍କୁ ସ୍ପଷ୍ଟ ମଜୁରୀ ପ୍ରଦାନ ବ୍ୟବସ୍ଥା ତଥା ମନରେଗାରୁ ମିଡିଲ୍ମ୍ୟାନ୍ ଓ ଭେଣ୍ଟର ଉଚ୍ଛେଦ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ରାଜ୍ୟ ପଞ୍ଚାୟତିରାଜ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଅଛି । କୌଣସି ଦୃଢ ସମୀକ୍ଷା ତଥା ସ୍ପଷ୍ଟ ପଦକ୍ଷେପ ନ ନେବା କାରଣରୁ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଗାଁସାଥୀ (ମେଟ୍) ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ୱତନ୍ତ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ । ଭୁବନେଶ୍ୱର ସତ୍ୟନଗରସ୍ଥିତ ରାଜ୍ୟ କାର୍ଯ୍ୟାଳୟର ଏହି ପ୍ରସଙ୍ଗରେ ଶ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ସ୍ୱତନ୍ତ୍ର ବୈଠକ ବସିଥିଲା । ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୩୦ରେ ରାଜ୍ୟର ପ୍ରାୟ ସମସ୍ତ ପିଡି.ଡି.ଆର.ଡି.ଏ.ଙ୍କ ଜରିଆରେ ସଂଘର କର୍ମକର୍ତ୍ତାମାନେ ପ୍ରତୀକ ଧାରଣା ଜରିଆରେ ଉପରଲିଖିତ ସମସ୍ତ ଦାବି ସମ୍ବଳିତ ସ୍ମାରକପତ୍ର ମାନନୀୟ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ ଇତ୍ୟାଦିଙ୍କୁ ପ୍ରଦାନ କରିଥିଲେ ସୁଦ୍ଧା ଏଯାବତ୍ ପ୍ରଶାସନ କୌଣସି ସମାଧାନ ହୋଇନାହିଁ । ଏଣୁ ଚଳିତ ବର୍ଷ ନଭେମ୍ବର ୨ତାରିଖରେ ପୁଣିଥରେ ସମସ୍ତ ଜିଲ୍ଲାର ପି.ଡି.ଡି.ଆର.ଡିଏ ଅଫିସ୍ ଆଗରେ ପ୍ରତୀକ ଧାରଣା ସହିତ ମାନନୀୟ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ସ୍ମାରପତ୍ର ଦେବା ପାଇଁ ସଂଘ ସ୍ପଷ୍ଟ କରିଛି । ଏଠାରେ ସୂଚନାଯୋଗ୍ୟ, ସେହି ନଭେମ୍ବର ୨ରେ ରାଜ୍ୟସଂଘର ଏକ ଟିମ୍ ପୁନର୍ବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାପାଇଁ ସଂଘ ଜଣାଇଛି । ଆଜିର ବୈଠକରେ ଗାଁସାଥୀ ସଂଗଠକ ସୌଭାଗ୍ୟ ମିଶ୍ର, ଲକ୍ଷ୍ମୀଧର ବିଶ୍ୱାଳ, ପ୍ରତାପ ମଲ୍ଲିକ, ସୁଶୀଳା ନାୟକ, କୁମୁଦିନୀ ପତି, ପ୍ରକାଶ କୁମାର ମଲ୍ଲିକ, ଲକ୍ଷ୍ମୀଧର ମହାନ୍ତି, ପ୍ରଫୁଲ୍ଲ ସ୍ୱାଇଁ, ପବିତ୍ର ସୁନ୍ଦରାୟ, କୁଳମଣି ମେଣ୍ଟା, ରବିନ୍ଦ୍ର ଗୌଡ଼, ଚରଣ ନାହାକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।