ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୬ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ବୁଗୁଡା ବ୍ଲକ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ଏସଏମସି ସଭାପତି ନିରଞ୍ଜନ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ପିତାମ୍ବର ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଖାଡଙ୍ଗା, ଦ୍ବିତୀକୃଷ୍ଣ ବିଶ୍ବାଳ ଓ ଖଦାଳ ବେହେରା, ସମାଜସେବୀ ରାଜେନ୍ଦ୍ର ପାଢ଼ୀ, ସରପଞ୍ଚ ପ୍ରତିନିଧି ମନୋଜ କୁମାର ଶତପଥୀ, ସମିତି ସଭ୍ୟା ଅର୍ଚ୍ଚନା ନାୟକ, ବିଇଓ ଅଫିସ ମୁଖ୍ୟ କିରାଣୀ ଭାସ୍କର ସାହୁ, ସିଆରସିସି ମାନସ ରଞ୍ଜନ ସେଠୀ ଓ ରାଜେଶ ସାହୁ, ଖରିଡା ୟୁ.ପି. ସ୍କୁଲ ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼, ଏବଂ ଆଶା କର୍ମୀ ବବିତା ସୁବୁଦ୍ଧି ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ୨୦୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ସନ୍ତୋଷ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ୱାଗତିକା ଦାଶ, କଲ୍ୟାଣି ସେଠୀ ଓ ଲୋପାମୁଦ୍ରା ଲେଙ୍କା ଏବଂ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ କାଳୁ ଚରଣ ସ୍ବାଇଁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ