ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଳକର ସ୍ଥାନୀୟ ସରକାରୀ ବାଳକ ବିଦ୍ୟାଳୟର ଛାତ୍ର ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳ, ମୋହନା ସିଆରସିସି ପ୍ରକାଶ ମଲ୍ଲିକ, ଶିକ୍ଷା ପରିଚାଳନା କମିଟିର ସଭାପତି,  କର୍ମକର୍ତ୍ତା, ଶିକ୍ଷକ /ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ଦୀପ, ଧୁପ ପ୍ରଜ୍ଜଳନ କରାଯିବା ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।  ଏହା ପରେ ଛାତ୍ର ମାନଙ୍କୁ ପୋଷାକ ଓ ଚପଲ ବଣ୍ଡନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଶିକ୍ଷକ ଅଶୋକ ବେହେରା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ