ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ନେଇ ସଞ୍ଚାର -୨ କାର୍ଯ୍ୟକ୍ରମ
ଛତ୍ରପୁର (ଦେବଦତ୍ତ ମହାରଣା) ; ସମଗ୍ର ଶିକ୍ଷାଅଭିଯାନ ଗଞ୍ଜାମ ଆନୁକୁଲ୍ୟରେ ଛତ୍ରପୁର ବିଇଓ ଅବିନାଶ ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାଳିପଲ୍ଲୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ୍ ଶିବିର ସଞ୍ଚାର ୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କାଳିପଲ୍ଲୀ ସରପଂଚ ରାମଚନ୍ଦ୍ର ବେହେରା ଓ ଏବିଇଓ ନୃସିଂହ ଚରଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ସିଆରସିସି ଲାବଣ୍ୟ ବେହେରା , ଆରପି କୃଷ୍ଣ ଚନ୍ଦ୍ର ଦାଶ, ଅଶ୍ୱିନୀ କୁମାର ପାଇକରାୟ ଏବଂ ଦୀପାଞ୍ଜଳୀ ମହାନ୍ତି ଙ୍କ ସମେତ କାଳିପଲ୍ଲୀ ଓ କଣମଣା ପଂଚାୟତର ର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନ୍ତଃର୍ନିବେଶୀ ଶିକ୍ଷା ସହାୟକ ପଦ୍ମନାଭ ବେହେରା ପରିଚାଳନା କରିଥିଲେ ।