ଉଚ୍ଚ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ
ନାଉଗାଁ,: ନାଉଗାଁ ବ୍ଳକ ଜାମୁଗାଁ ପଂଚାୟତସ୍ଥିତ କଂଟୁଣିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ୫୦ ବର୍ଷ ପୂର୍ଣ୍ଣ କରିଛି । ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରାକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ପ୍ରାଧ୍ୟାପକ ଗୌରାଙ୍ଗ ଗ୍ରହଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ପଟ୍ଟନାୟକ, ଆଲୁମୁନି ସଭାପତି ପ୍ରତାପ କୁମାର ମିଶ୍ର, ପୁରାତନ ଛାତ୍ର ସୁକାନ୍ତ ସାହୁ, ପ୍ରବୀର ରାୟ, ଭୃଙ୍ଗରାଜ ବିଶ୍ୱାଳ, ଅଜିତ ରାୟ, ଭାବଗ୍ରାହୀ ଭୋଳ, ଦିଲ୍ଲିପ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଉନ୍ନୟନ ପ୍ରତି ଦୃଷ୍ଟି ଦେବା ସହିତ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ କରି ଆସନ୍ତା ପଣାସଂକ୍ରାନ୍ତି ଦିନ ଅପରାହ୍ନ ୩ ଟା ସମୟରେ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉକ୍ତ ବୈଠକରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି ।