ଉଚ୍ଚ ବିଦ୍ୟାଳୟର ୧୯୮୬ ବ୍ୟାଚର ବନ୍ଧୁମିଳନ ଉତ୍ସବ
ନାଉଗାଁ: ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୧୯୮୬ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧୁମିଳନରେ ଅନେକ ବନ୍ଧୁ ଉପସ୍ଥିତ ରହି ତାଙ୍କର ପୁରୁଣା ସ୍ମତିକୁ ମନେ ପକାଇବା ସହିତ ବିଦ୍ୟାଳୟର ଚିରସ୍ମରଣୀୟ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଉକ୍ତ ଉତ୍ସବରେ ଏକତ୍ରିତ ହୋଇଥିବା ବନ୍ଧୁମାନେ ପରସ୍ପର ମଧ୍ୟରେ ସ୍ନେହ,ଶ୍ରଦ୍ଧା ଓ ସଦିଛା ନିଜ ମଧ୍ୟରେ ବାଂଟି ଥିଲେ । ଉକ୍ତ ବନ୍ଧୁମିଳନକୁ ସରସ,ସୁନ୍ଦର ଓ ସ୍ମରଣୀୟ କରିବାରେ ଯେଉଁମାନଙ୍କର ଅବଦାନ ରହିଥିଲା ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ବନ୍ଧୁତାର ସଂର୍ପକକୁ ଦୃଢ କରିବା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ହେବ ବୋଲି ଆଶା ପ୍ରକଟ କରିଥିଲେ ।


