ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ 

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈଠକ କୋଟଲିଙ୍ଗି ସ୍ଥିତ ଶ୍ରୀ ରାଧାକାନ୍ତ ବିଦ୍ୟାପୀଠ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା lବି ଇ ଓ ପ୍ରଦୀପ ପ୍ରଜ୍ୱଳ କରି କାର୍ଯ୍ୟକ୍ରମର ଆରମ୍ଭ କରିବା ବେଳେ ଛାତ୍ର ଶିବ ବlଡତ୍ୟା ସ୍ୱାଗତ ସଂଗୀତ ଗାନ କରିବା ସହ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା l ସୁନାପୁର ଶ୍ରୀ କାଶୀ ବିଶ୍ଵନାଥ ବିଦ୍ୟାପୀଠ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମକୃଷ୍ଣ ନାୟକ   ଗତ ବୈଠକର ବିବରଣୀ ପାଠ କରିଥିଲେ l ବି ଇ ଓ ନବମ ଶ୍ରେଣୀ ପିଲାଙ୍କ ଏଲ ଇ ପି ଉତ୍କର୍ଷ କାର୍ଯକ୍ରମରେ ଶ୍ରେଣୀରେ ବିଷୟଗୁଡିକ ପଢେଇବା ପୂର୍ବରୁ କାର୍ଯ୍ୟଫର୍ଦ୍ଧ କିପରି ଶିକ୍ଷାର୍ଥୀ ମାନେ ସମାପ୍ତି କରିବେ, ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ଉତ୍କର୍ଷ +ସ୍ୱଶିକ୍ଷଣ କାର୍ଯ୍ୟକ୍ରମ, ଦୀକ୍ଷା ଆପ, ଆକାଂକ୍ଷା ପାଠ୍ୟକ୍ରମ,  ଛାତ୍ର ଛାତ୍ରୀ, ଶିକ୍ଷକ, ପରିଚାଳନା କମିଟିଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ପି ଏମ ଶ୍ରୀ ଓ ଉତ୍କର୍ଷ କେନ୍ଦ୍ର, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ଡିଜିଟାଲ ଏସସେସମେଣ୍ଟ,  ୟୁଡ଼ାଇସ ଅପଡେଟର ସ୍ଥିତି, ବିଦ୍ୟାଳୟର ପ୍ରୋଫାଇଲ ଓ ଅନ୍ୟାନ୍ୟ ବିବରଣୀ, ବିଦ୍ୟାଳୟରେ ଉପଲବ୍ଧ ସୁବିଧା,ଡ୍ରପଆଉଟ ଶିକ୍ଷlର୍ଥଙ୍କ ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମଲେଖାଇବା,ଏଲ. ଇ. ପି -ଉତ୍କର୍ଷ କାର୍ଯ୍ୟକ୍ରମ, ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସଂରଚିତ ପାଠ୍ୟ ଯୋଜନା, କ୍ଲବ କାର୍ଯ୍ୟକ୍ରମ, ଖାନ ଏକାଡେମୀ, ୨୦୨୫ରେ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷାରେ ଛାତ୍ର ଛାତ୍ରୀ ମାନେ ଅଧିକ ଗୁଣାତ୍ମକ ପରୀକ୍ଷା ଫଳ ଏ ୧ଓ ଏ ୨ଦେଇପାରିବେ ସେହି ବିଷୟ ଉପରେ ଉପରେ ପ୍ରଧାନ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟରାମ ପଣ୍ଡା,କୃଷ୍ଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାଶିକ୍ଷକ ମଦନ ମୋହନ ରଥ,ବି ଆର ସି ସି ତଥା ଏ. ବି. ଓ ନିଗମାନନ୍ଦ ପଣ୍ଡା ସମ୍ମାନନୀୟ ଅତିଥିଭାବେ ଉପସ୍ଥିତ ଥିବାବେଳେ କୃଷ୍ଣା ରାଓ, ଗୌରୀ ଶଙ୍କର କବିଙ୍କ ସମେତ ବିଦ୍ୟାଳୟ ଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମର ସଞ୍ଚlଳନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ