ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳରେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ରବିବାର ଅପରାହ୍ଣରେ ପ୍ରକାଶ ପାଇଛି ଯୁକ୍ତଦୁଇ ପରୀକ୍ଷା ଫଳ I ଏଥିରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସଫଳତା ମିଳିଛି। ଅନୁଷ୍ଠାନର ପରୀକ୍ଷା ଦେଇଥିବା ମୋଟ ୧୦୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦ଜଣ, ଦ୍ୱିତୀୟ ଶ୍ରେଣୀରେ 47ଜଣ ଏବଂ ତୃତୀୟ ଶ୍ରେଣୀରେ ୩୬ଜଣ ଉତୀର୍ଣ୍ଣ ହୋଇଛନ୍ତି। ମାନସୀ ସ୍ୱାଇଁ ୫୦୨ମାର୍କ ରଖି ବିଜ୍ଞାନ ସ୍ରୋତରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ସେହିପରି କଳା ସ୍ରୋତରେ ମୋଟ ୨୯୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯୫ଜଣ, ଦ୍ୱିତୀୟ ଶ୍ରେଣୀରେ ୪୫ଜଣ ଏବଂ ତୃତୀୟ ଶ୍ରେଣୀ ରେ ୪୭ଜଣ ଉତୀର୍ଣ୍ଣ ହୋଇଛନ୍ତି। କଳା କ୍ଷେତ୍ରରେ ଶତକଡା ଶତାନବେ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳା ସ୍ରୋତରେ ସର୍ବାଧିକ ୫୧୨ମାର୍କ ରଖି ଆରତୀ ଗୌଡ଼ ଓ ସୁମନ ବିଶୋୟୀ ଯୁଗ୍ମ ଭାବେ ଶ୍ରେଣୀ ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ନାତକୋତ୍ତର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ଫଟୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ