ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଚୋରୀ 

ହାଟଡିହି, (ବିକାଶ ବିଶ୍ୱାଳ ) :ହାଟଡିହି ବ୍ଲକ ଷଡଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଗତକାଲି ରାତିରେ ଚୋରୀ ହୋଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୁତ ଗତକାଲି ରାତିରେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଫିସରୁମ ଓ ରେକର୍ଡ ରୁମର ତାଲାଭାଙ୍ଗି ଏକ ଇନଭଟର ଚୋରୀ କରିନେବା ସହ ଇନଭଟର ବ୍ୟାଟେରୀକୁ ନନେଇପାରି ବାହାରେ ଫିଙ୍ଗି ଦେଇଛନ୍ତି । କଲେଜରେ ଲାଗିଥିବା ସମସ୍ତ ସିସି କ୍ୟାମେରା ଗୁଡିକୁ ମଧ୍ୟ ଭାଙ୍ଗି ଦେଇଥିବା ନେଇ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ କିଛିମାସ ତଳେ ଛେନାପଦି ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରୁ ମଧ୍ୟ କମ୍ପୁ୍ୟଟର, ଡ଼ିଭଟର ଭଳି ଅନେକ ସାମଗ୍ରୀ ଚୋରୀ ହୋିଥିଲା । କେହି ଦୁର୍ବୁତ ତାଲାଭାଙ୍ଗି ଏହିସବୁ ସାମଗ୍ରୀ ଲୁଟି ନେଇଥିଲେ । ସେହିପରି ବଡରମ୍ପାସ ସ୍ଥିତ  ଜପିଦାସ ହାଇସ୍କୁଲରୁ ମଧ୍ୟ ସମାନ ଧରଣର ଚୋରୀ ହୋଇଥିଲା । କିନ୍ତୁ ପୁଲିସ ଆଜି ପର୍ଯ୍ୟନ୍ତ ଏହିସବୁ ଚୋରୀ ର୍ୟାକେଟର ସାମାନ୍ୟତମ ସୁରାକ ମଧ୍ୟ ପାଇପାରିଲା ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ