ଉଚ୍ଛେଦକୁ ପଟ୍ଟାବିହୀନ ବାସିନ୍ଦା ସଂଘ ବିରୋଧ କରିବ

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ): ପାଲବଣୀଠାରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ସ୍ଥାନୀୟ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଏହାର ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳରେ ଦୀର୍ଘ ବର୍ଷଧରି ବସବାସ କରି ଆସୁଥିବା ପଟ୍ଟାବିହୀନ ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବ ବୋଲି କେତେକ ଅଧିକାରୀ କେତେକଙ୍କୁ କହିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଯେ କୌଣସି ପରିସ୍ଥିତିରେ ଏପରି ପଦକ୍ଷେପକୁ ବିରୋଧ କରାଯିବ ବୋଲି ସଂଘ ସୂଚାଇ ଦେଇଛି। ଅପର ପକ୍ଷରେ ଜଙ୍ଗଲ ଜମି କିସମର ପରିବର୍ତ୍ତନ କରି ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଜମି ପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି।
ସଂଘର ସାଧାରଣ ସଂପାଦକ ଶ୍ରୀ କାହ୍ନୁଚରଣ ବେହେରାଙ୍କ ଆହ୍ଵାନ ଓ ବରିଷ୍ଠ ସଂଗଠକ ଶ୍ରୀ ଅମଲ ଦେଙ୍କ ସହଯୋଗ କ୍ରମେ ଏ ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ମହେଶ୍ବର ବେହେରା, ପ୍ରଫୁଲ୍ଲ ମହାନ୍ତି, ଶ୍ରୀକାନ୍ତ ବୋଷ, ଗୌର କାଳନ୍ଦି, ରଞ୍ଜନ ମହାପାତ୍ର, ଦେବେନ୍ଦ୍ରନାଥ କୁଣ୍ଡୁ, ସୁମି ସିଂ, ରଞ୍ଜିତ କୁମାର ବେହେରା, ମାମିନା ବିବି, ମମତା ବାରିକ ପ୍ରମୁଖ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ