ଉଛେଦ ଯାଗାରେ ବ୍ୟବସାୟ ଦୁର୍ଦ୍ଦିନରେ , ସମାସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ଦିନ ଧରି କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ମହାସଂଘର ୨୦୦ ଜଣ ବ୍ୟବସାୟ ମାନଙ୍କୁ ଜିଲ୍ଲା ପ୍ରଶାସନ କୋଣାର୍କ ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଛେଦ କରାଯାଇ ହସ୍ତଶିଳ୍ପ ବଜାର ଠାରେ ଥଇଥାନ କରାଯାଇଥିଲା। ଏହି ଉଛେଦ ସ୍ଥାନରେ ପୂନଃବାର ଖଟ ପକାଇ କିଛି ବ୍ୟବସାୟ କରିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ହସ୍ତଶିଳ୍ପ ବଜାର ଠାରେ ଥଇଥାନ କରାଯାଇଥିବା କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ସଂଘର ୨୦୦ଜଣ ହସ୍ତଶିଳ୍ପ ବ୍ଯବସାୟୀ ଙ୍କ ବିକ୍ରି ନ ହେବା ଯୋଗୁଁ ଦୁର୍ଦିନ ମଧ୍ୟରେ ସେମାନେ କାଳତିପାତ କରୁଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି। କୋଣାର୍କ ଏନଏସି ପ୍ରଶାସନ, ଗୋପ ତହସିଲ ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦେଶକୁ ବେଖାତିର କରି ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଦୋକାନ ଉଛେଦ ହେବା ପରେ ସେହି ସ୍ଥାନରେ ଅସ୍ଥାୟୀ ଭାବେ କିଛି ବ୍ୟବସାୟ ଖଟ ପକାଇ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରିବା କେତେଦୂର ସମୀଚୀନ ତାହା ତଦନ୍ତ ସାପେକ୍ଷ ବୋଲି କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ମହାସଂଘର ସଭାପତି ସୁବାସ ନାୟକ ମତବ୍ୟକ୍ତ କରିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ବାରା ହସ୍ତଶିଳ୍ପ ବଜାର ଠାରେ ବ୍ୟବସାୟ ବ୍ୟବସାୟୀ ମାନଙ୍କୁ ଥଇଥାନ କରି କୋଣାର୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବେଳେ କାହା ଇଙ୍ଗିତରେ ଉଛେଦ ଜାଗାରେ ଖଟ ପକାଯାଇ ବ୍ଯବସାୟୀ କରୁଛନ୍ତି ତାହା ହସ୍ତଶିଳ୍ପ ବ୍ଯବସାୟୀ ମହଲରେ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି ବୋଲି ଅଭିଯୋଗ ହେଉଛି। ଦୀର୍ଘ ଦିନ ଧରି କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ମହାସଂଘ ଓ ଅନ୍ୟ କେତେକ ବ୍ଯବସାୟୀ ମାନଙ୍କ ମଧ୍ୟରେ ବାଦବିବାଦ ସହ ଥାନା ଏବଂ କୋର୍ଟରେ ମାମଲା ରୁଜୁ ହୋଇ ବ୍ଯବସାୟୀ ମାନଙ୍କ ମଧ୍ୟରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି। ଲାବନ୍ୟ ଲଜ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଜାଗାକୁ ୭ଦିନ ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋ ଭେଣ୍ଡିଂ ଜୋନ ଘୋଷଣା ନିଷ୍ପତ୍ତିକୁ କାଏମ ରଖି କାର୍ଯ୍ୟକାରୀ ନ କରନ୍ତି କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ମହାସଂଘ ପକ୍ଷରୁ ସଭାପତି ସୁବାସ ଚନ୍ଦ୍ର ନାୟକ ସୂଚନା ପ୍ରଦାନ କରିଛନ୍ତି। ଏହି ଘଟଣାର ସ୍ଥାୟୀ ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉର୍ଦେଶରେ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ