ଉଜୁଡା ଧାନ ଫସଲ କ୍ଷେତ ବୁଲି ଦେଖିଲେ ବିଧାୟକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଉଜୁଡା ଧାନ ଫସଲ କ୍ଷେତକୁ ନଭେମ୍ବର ୧୬ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁ ବୁଲି ଦେଖିବା ସହ କ୍ଷୟକ୍ଷତି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚରକୁ ନେଇ ଚାଷୀଙ୍କ କ୍ଷତି ପୁରଣ ପାଇଁ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ଗତ ଲଘୁଚାପଜନିତ ବର୍ଷା ଯୋଗୁଁ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକ ଓ ବୁଗୁଡା ବ୍ଲକ ଏବଂ ପୋଲସରା ଓ ବୁଗୁଡା ସହରର ହଜାର ହଜାର ହେକ୍ଟର ଜମିରେ ପାଣି ଜମିରହି ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଥିବା ବେଳେ ଚାଷୀକୂଳ ମୁଣ୍ଡରେ ହାତଦେଇ ଆଖିରୁ ଲୁହ ଗଡାଉଥିବା ଦେଖିବାକୁ ମିଳିଛି। କେତେକ କ୍ଷେତରେ ପାଚିଲା ଧାନ ଫସଲ କାଟି କ୍ଷେତରେ ପଡିଥିବା ବେଳେ ଓ ଅନ୍ୟ କ୍ଷେତରେ ଧାନ ଫସଲ ପାଚି ରହିଥିବା ବେଳେ ଦାଉ ସାଜିଲା ଅଦିନିଆ ଲଘୁଚାପଜନିତ ଲଗାଣ ବର୍ଷା। କ୍ଷେତରେ ପାଣି ଜମି ରହିବା ଯୋଗୁଁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚାଷୀ ସାରା ବର୍ଷର ଖାଦ୍ୟ ଓ ରୋଜଗାର ହରାଇ ହତାଶ ହୋଇ କିପରି ବଞ୍ଚିବେ ସେହି ଚିନ୍ତାରେ ଭାଙ୍ଗି ପଡିଛି। ସରକାରୀ ସହଯୋଗ ନମିଳିଲେ ବଞ୍ଚିବା ଅସମ୍ଭବ ହୋଇଥିବା ବେଳେ ଆଶ୍ୱାସନା ପ୍ରଦାନ କରିଛନ୍ତି ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ। ମଙ୍ଗଳ ବାର ଦିନ ବିଧାୟକ ଶ୍ରୀ ସାହୁ ପୋଲସରା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମକୁ ଯାଇ ଉଜୁଡା ଧାନ ଫସଲ ସ୍ୱଚକ୍ଷୁରେ ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। କ୍ଷୟକ୍ଷତି ବିଷୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟଙ୍କୁ ଅବଗତ କରାଇ ସରକାରୀ ସାହାଯ୍ୟ ପାଇଁ ଉଦ୍ୟମ କରିବେ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ