ଉଜ୍ଜଳା ଦିଦି ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ଗଞ୍ଜାମ ଜିଲ୍ଲା ତରଫରୁ ବିଭିନ୍ନ ଦାବି ନେଇ ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଉଜ୍ଜଳା ଦିଦି ମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରାଯିବା, ସମସ୍ତ ଉଜ୍ଜଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇଦେବା, ଉଜ୍ଜଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ ସେମାନଙ୍କୁ କାମ ଯୋଗାଇଦେବା ସହ ପାରିଶ୍ରମିକ ଦିଆଯିବା ନିମନ୍ତେ ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ବସନ୍ତ କୁମାର ସାହୁ, ବିଏମଏସ ଅସଂଗଠିତ କ୍ଷେତ୍ର ପ୍ରମୁଖ ଡ଼ଃ ଭବାନୀ ଶଙ୍କର ଦାଶ, ବିଏମଏସ ଜିଲ୍ଲା ସଂଗଠନ ସମ୍ପାଦକ ଅର୍ଜୁନ କୁମାର ବେହେରା, ଯୁଗ୍ମ ସମ୍ପାଦିକା ଚପଳା ନାୟକ, ଗଞ୍ଜାମ ଜିଲ୍ଲା ସଂଯୋଜିକା ଗାୟତ୍ରୀ ପାଢ଼ୀ, ଭୀମସେନ ବେହେରା ଙ୍କ ସମେତ ଶତାଧିକ ଉଜ୍ଜଳା ଦିଦି ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ