ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ବଣ୍ଟା ଯାଇଛି ୬.୮ କୋଟି ମାଗଣା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : କୋଭିଡ ଦ୍ଵାରା ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଭାବକୁ ଦୃଷ୍ଟିରେ ରଖି, ଭାରତ ସରକାର ଗରିବଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି)ର ପ୍ରବର୍ତ୍ତନ କରିଛନ୍ତି । ଏହି ଯୋଜନା ଅଧୀନରେ ଏପ୍ରିଲ ୦୧, ୨୦୨୦ରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ୮ କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ ୩ ମାସ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦେଇଆସୁଛି । ପିଏମଜିକେପି ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ଏପ୍ରିଲ ୨୦୨୦ ମଧ୍ୟରେ ୪୫୩.୦୨ ଲକ୍ଷ ସିଲିଣ୍ଡର ବିତରଣ କରିଛନ୍ତି । ଏହି ପ୍ୟାକେଜ ଅଧୀନରେ ୨୦.୦୫.୨୦୨୦ ସୁଦ୍ଧା ପିଏମୟୁୱାଇ ହିତାଧିକାରୀଙ୍କୁ ଓଏମସି ସମୁଦାୟ ୬୭୯.୯୨ ସିଲିଣ୍ଡର ଯୋଗାଇ ଦେଇଛି । ଏଥିରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଆଗୁଆ ଅର୍ଥ ପ୍ରଦାନ କରାଯାଇଥିଲା । କରୋନା ଯୋଦ୍ଧା କୁହାଯାଉଥିବା ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀମାନେ ହିତାଧିକାରୀମାନଙ୍କୁ ସିଲିଣ୍ଡର ଯୋଗାଣ କରିବା ସହିତ ସେମାନଙ୍କୁ ସ୍ଵଚ୍ଛତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳି ବିଷୟରେ ସଚେତନ କରାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ