ଉଜ୍ଵଳା ଗ୍ୟାସ୍ ବିତରଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ଵଜାର ଠାରେ ଉଜ୍ଵଳା ଗ୍ୟାସ୍ ସିଲିଣ୍ଡର୍ ଵିତରଣ କରାଯାଇଛି। ଉଜ୍ଵଳା ଦିଦି ସୀମାରାଣୀ ସ୍ବାଇଁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ଵାଚନୀ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଯୋଗ ଦେଇ ଗରୀବ ମାନଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର୍ ପ୍ରଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ବିଜେପି ସଭାପତି ଗିରିଶ ଚନ୍ଦ୍ର ସାମଲ, ବିଜେପି ନେତା ସୁଧାଂଶୁ ନାୟକ, ରାମଚନ୍ଦ୍ର ସେନାପତି, ନାଏବ ସରପଞ୍ଚ ନିରୂପମା ନାୟକ,ଵିତରକ ସୁଧାକର ମଲ୍ଲିକ, ଅନ୍ତର୍ଯ୍ୟାମୀ ସାହୁ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର୍ ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୋଟ ୩୦ ଜଣଙ୍କୁ ମାଗଣା ସିଲିଣ୍ଡର୍ ଵିତରଣ କରାଯାଇଛି।