ଉଜ୍ଵଳ ଭାରତ ଉଜ୍ଵଳ ଭବିଷ୍ୟତ ନେଇ ବିଦ୍ୟୁତ୍ ମହୋତ୍ସବ ପାଳିତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) : କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ବିଦ୍ଯୁତ ମନ୍ତ୍ରଣାଳୟ ଓ ରାଜ୍ୟ ଶକ୍ତି ବିଭାଗ ମିଳିତ ଆନୁକୁଲ୍ୟରେ ବିନା ବିଦ୍ୟୁତ ଉପଭୋକ୍ତାରେ ଗ୍ରୀଡ ପାଓ୍ବାର, ଓପିଟିସିଏଲ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ବିଦ୍ୟୁତ ଉପଭୋକ୍ତା ବିହୀନ ବିଦ୍ୟୁତ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଣାର୍କ, କାକଟପୁର, ନିମାପଡ଼ା, ଗୋପ ଓ କୋଣାର୍କ ଏନଏସି ଅଂଚଳର କୌଣସି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଆୟୋଜିତ କାର୍ଯ୍ଯକ୍ରମରେ ଦାୟିତ୍ବରେ ଥିବା ଟିପିସିଏଲ କତୃପକ୍ଷ ଡାକି ନ ଥିବାରୁ ବିଦ୍ୟୁତ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠାରୁ ଦୂରେଇ ଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ମହୋତ୍ସବକୁ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଡାକିବା ଦାୟିତ୍ବ କୋଣାର୍କ ଟିପିସିଏଲ କର୍ତୃପକ୍ଷଙ୍କ ଉପରେ ନ୍ୟସ୍ତ ଥିବା ବେଳେ କୌଣସି ଉପଭୋକ୍ତା ମାନଙ୍କୁ ନ ଡାକିବା କେତେଦୂର ସମୀଚୀନ ତାହା ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ମାନଙ୍କ ପରିବର୍ତ୍ତେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ମାନଙ୍କୁ ନେଇ ବିଦ୍ଯୁତ ମହୋତ୍ସବ ପାଳନ କରିବା କେତେଦୂର ଯଥାର୍ଥ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହି ମହୋତ୍ସବରେ ଓପିଟିସିଏଲର ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ପଟନାୟକ, ଟିପିସିଏଲର ଅଧିକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମିଶ୍ର, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ନିମାପଡ଼ା ବ୍ଳକ ଅଧ୍ୟକ୍ଷ ଶଙ୍କର ଭୋଇ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ଗ୍ରୀଡ ପାଓ୍ବାରର ମହାପ୍ରବନ୍ଧକ ଏସକେ ନାୟକ ପ୍ରମୁଖ ଯୋଗ ଦେଇ ଉପଭୋକ୍ତା ବିହୀନ ବିଦ୍ୟୁତ ମହୋତ୍ସବରେ ନିଜ ବିଭାଗର କର୍ମଚାରୀ ମାନଙ୍କୁ ସଚେତନତା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ