ଉଠାଦୋକନିଙ୍କୁ ଥଇତାନ ନିମନ୍ତେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅନ୍ତଃ ରାଷ୍ଟ୍ରିୟ ହିନ୍ଦୁ ପରିଷଦ,ରାଷ୍ଟ୍ରିୟ ବଜରଙ୍ଗ ଦଳ ଓଡିଶା ଓ ରାଷ୍ଟ୍ରିୟ କ୍ଷୁଦ୍ର ବ୍ୟାପାରୀ ପରିଷଦ ତରଫରୁ ବାଲିଗୁଡା ଏନଏସି ଅନ୍ତର୍ଗତ କ୍ଷୁଦ୍ର ବଣିକ ସଂଘର ସ୍ଥାନୀୟ ଅଂଚଳରେ ବ୍ୟବସାୟ କରୁଥିବା ବ୍ୟାପାରୀ ମାନଙ୍କୁ ସ୍ଥାୟୀ ଜାଗା ଯୋଗାଇ ବ୍ୟବସାୟ କରିବା ନିମନ୍ତେ ଦାବୀପତ୍ର ଦେଇଛନ୍ତି ।ଏଥି ନ ିମନ୍ତେ ଏକ ଶପୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ । ବାଲିଗୁଡା ସହରରେ କ୍ଷୁଦ୍ର ବଣିକ ସଂଘରେ ଥିବା ଅସ୍ଥାୟୀ ବ୍ୟବସାୟୀ ମାନେ ମୁଖ୍ୟ ରାସ୍ତା କଡରେ ନିଜନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବସାୟ କରିଆସୁଥିଲୁ କିନ୍ତୁ ଦୁର୍ଭାଗ୍ୟ ବସତଃ କିଛି ବେପାରୁଆ ଅସାମାଜିକ ଗାଡି ଚାଳକଙ୍କ ଦ୍ୱାରା ଦୁର୍ଘଟଣା ର ଶିକାର ହୋଇ ବିଗତ ଦିନରେ ଗୋଟିଏ ନିରିହ ଜୀବନର ପ୍ରାଣ ହାନି ଘଟିବା ସହ କିଛି ଗୁରୁତର ହୋଇଥିଲେ । ଏହାପରେ ପ୍ରଶାସନ ରାସ୍ତାକଡରେ ଥିବା ସମସ୍ତ ଉଠାଦୋକାନୀକୁ ହଟାଇଥିଲେ ଯାହାଫଳରେ ସମସ୍ତ ଉଠାଦୋକାନୀ ନିଜନିଜ ଜୀବିକା ହରାଇଛନ୍ତି । ଏଣୁ ଏମାନଙ୍କୁ ଥଇଥାନ କରିବା ନିମନ୍ତେ ସ୍ଥାୟୀ ଜାଗା ଦେଲେ ବ୍ୟବସାୟ କରି ନିଜନିଜ ପରିବାର ଗୁଜୁରାଣ କରିପାରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ