ଉଠାଦୋକାନୀ ମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମ୍ପ୍ରତି ଦେଶରେ ଦେଖା ଦେଇଥିବା ବୃକ୍ଷ ଛେଦନ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷଣ, ଉନ୍ନତି ନାମରେ ଚାଲିଥିବା ବିନାଶ କଳ କାରଖାନା ପ୍ରତିଷ୍ଠା ପାଇଁ ବୃକ୍ଷଛେଦନ ଓ କମ୍ପାନୀମାନଙ୍କୁ ବଞ୍ଚାଇବା ପାଇଁ ଚାଲିଥିବା ମାଇନ୍ସ ଖନନ, ଧୁମ୍ରପାନ, ଗାଡ଼ି ମଟର ବୃଦ୍ଧି କାରଣ ଯୋଗୁ ବିଶ୍ୱରେ ଦିନକୁ ଦିନ ତାପାମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁରେ ପରିବର୍ତ୍ତନ ଘଟିଛି । ଠିକ୍ ସମୟରେ ବର୍ଷା ନହେବାର କାରଣୁ ମରୁଡ଼ି ଦେଖାଦେବା ଭଳି ପରିସ୍ଥିତି ଉପୁଜିଛି ତାହା ମନୁଷ୍ୟକୃତ । ମଣିଷ ନିଜର ସ୍ୱାର୍ଥ ପାଇଁ ଘରେ ଶୀତତାପ ନିୟନ୍ତ୍ରଣ କୋଠରୀରେ ଶୋଇବା, ନିଜ ସୁଖ ପାଇଁ କଳ କାରଖାନା ଓ ଗାଡ଼ି ମଟରରୁ ନିର୍ଗତ ଧୂଆଁକୁ ଅତ୍ୟଧିକ ଉତ୍ପାଦନ କରିବା ଯୋଗୁ ଜଳବାୟୁରେ ପରିବର୍ତ୍ତନ ଦେଖାଦେବା ସହ କର୍କଟ ଓ କରୋନା ଭଳି ବହୁ ମାରାତ୍ମକ ରୋଗ ଦେଖାଦେଇଅଛି ଯାହାକି ଆଜି ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । ଲକ୍ଷ ଲକ୍ଷ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି । ମଣିଷ ପାଇଁ ବହୁ ସମୟରେ ପ୍ରକୃତିର ତାଣ୍ଡବ ଲୀଳା ରଚାଇ ହଜାର ହଜାର ଘରଦ୍ୱାର ଭାଙ୍ଗିଦେବା, ନିରୀହ ପଶୁପକ୍ଷୀମାନେ ମୃତ୍ୟୁମୁଖରେ ପଡ଼ିବା, ଜଙ୍ଗଲର ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ଜାତୀୟ ଉଠାଦୋକାନୀ ଫେଡ଼େରେସନ, ଓଡ଼ିଶା ଉଠାଦୋକାନୀ ମହାସଂଘ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ, ଜାତୀୟ ମହିଳା ଉଠାଦୋକାନୀ ଫେଡ଼େରେସନର ମିିଳିତ ସହଯୋଗରେ ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ଶହ ଶହ ଉଠାଦୋକାନୀ ମାଷ୍ଟର କ୍ୟାଣ୍ଟିନରୁ ଜନସଚେତନତା ଶେଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ହାତରେ ପ୍ଲାକାର୍ଡ଼ ଧରି ଗଛ ବଞ୍ôଚଲେ ବିଶ୍ୱ ବଞ୍ôଚବ, ଗଛ କାଟିବା ବନ୍ଦ କର, ପ୍ଲାଷ୍ଟିକ ଜିନିଷ ବର୍ଜନ କର, ଗୁଟ୍‌ଖା, ସିଗାରେଟ ବନ୍ଦ କର ଆଦି ସ୍ଲୋଗାନ ଦେଇ ଲୋୟର ପିଏମ୍‌ଜିଠାରେ ପହଞ୍ôଚଥିଲେ । ଲୋୟର ପିଏମ୍‌ଜିରେ ପ୍ରଥମେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତ କାମନା କରି ୧ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଜ ପ୍ରଧାନ, ଅନୁ ମିଶ୍ର, ଲଲାଟ କୁମାର ଓଝା, ଶୁଭଲକ୍ଷ୍ମୀ ମହାନ୍ତି ଓ ସସ୍ମିତା ସାହୁ, ରବୀନ୍ଦ୍ର କୁମାର ମହାରଣା, ଦମୟନ୍ତୀ ପରିଡ଼ା, ଆର ମମତା, ପ୍ରତିଭା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ନିଳାଦ୍ରୀ ବିହାର ଅଞ୍ଚଳରେ ଏକ ସାଇକେଲ ଶୋଭାଯାତ୍ରା କରାଯାଇ ପଥଚାରୀ ଓ ଜନସାଧାରଣ ମାନଙ୍କୁ ପରିବେଶ ସଚେତନତା ବାର୍ତ୍ତା ବଣ୍ଟାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ