ଉଠା ଜଳସେଚନ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋପ ପାଇଁ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଉଠା ଜଳସେଚନ ନିଗମ ଉତ୍ତର ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀ ସଂଘର ୫୦ତମ ବାର୍ଷିକ ଉତ୍ସବ ଆୟୋଜନ ସମ୍ପର୍କିତ ଏକ ବୈଠକଅନୁଷ୍ଠିତ ହୋଇଯାଇଛି । ସଂଘର ୫୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ସେପ୍ଟେମ୍ବର ମାସ ୯ ଓ ୧୦ ତାରିଖ ଦୁଇଦିନ ବ୍ୟାପୀସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶଶଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂଘର ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ଆସନ୍ତା ସୁବର୍ଣ୍ଣ ଜୟନ୍ତୀପାଇଁ କାର୍ଯ୍ୟକ୍ରମର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ସମ୍ମିଳନୀରେ ଅନ୍ୟୁନ ୭ଶହ କର୍ମଚାରୀ ଯୋଗ ଦେବେ । ପ୍ରଥମ ଦିନ ପ୍ରତିନିଧି ଅଧିବେଶନରେ ବାଲେଶ୍ୱର, ମୟୂରଭଂଜ ଓ ଭଦ୍ରକ ଜିଲାରୁ ଶତାଧିକ ନେତୃମଣ୍ଡଳୀ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଇପିଏଫ ପେନସନ ବୃଦ୍ଧି, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ସମସ୍ୟା ସମ୍ପର୍କରେ ଆଲୋଚନା କରିବେବୋଲି ସଂପାଦକ ଶ୍ରୀ ଜେନା ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ସଂଘର ସହ ସଂପାଦକ ଶରତ ଚନ୍ଦ୍ର ଦଳାଇ, ମୟୁରଭଂଜ ଜିଲ୍ଲାର କର୍ମକର୍ତ୍ତା ମଧୁସୂଦନ ଜେନା, ବାଲେଶ୍ୱରରୁ ସନାତନ ଜଳଦାସ, ସମରେନ୍ଦ୍ର ଦାସ, ହରେକୃଷ୍ଣ ବେହେରା ଓ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ସମାରୋହରର ରୂପରେଖ ସମ୍ପର୍କରେ କରିଥିଲେ । ଆସନ୍ତା ୨୨ ତାରିଖ ଦିନ ନୀଳଗିରିରେ ଅନ୍ୟଏକ ବୈଠକ ଆୟୋଜନ ପାଇଁ ଏଥିରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଗିରିଜା ଶଙ୍କର ସାମଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ