ଉଠା ଜଳସେଚନ ବିଭାଗ ପକ୍ଷରୁ ‘ପାଣି ପଞ୍ଚାୟତ ପକ୍ଷ’

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଉଠା ଜଳସେଚନ ବିଭାଗ ପକ୍ଷରୁ ‘ପାଣି ପଞ୍ଚାୟତ ପକ୍ଷ-୨୦୨୩’ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଭଳି ପାଣି ପଞ୍ଚାୟତ ବ୍ୟବସ୍ଥାର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଚାଷୀମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା ସହ ପାଣି ପଞ୍ଚାୟତ ବ୍ୟବସ୍ଥାକୁ ସଫଳ ପଥେ ଆଗେଇ ନେଇ ପାରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ପାଣିପଞ୍ଚାୟତ ବ୍ୟବସ୍ଥାକୁ ସଫଳ କରିବାରେ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ । ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ସୁବୋଧ କୁମାର ଚୌଧୁରୀ ଏଥିରେ ପୌରୋହିତ୍ୟ କରିଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ ପବିତ୍ର ପରିଡ଼ା, ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ତପନ କୁମାର ମହାନ୍ତି, ଜଳ ସମ୍ପଦ ବିଭାଗ ଜଳ ପ୍ରଭାରୀ ବ୍ରଜ କିଶୋର ପରିଡ଼ା, ଉଠା ଜଳସେଚନ ବିଭାଗ ଜଳେଶ୍ୱର ଖଣ୍ଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅରବିନ୍ଦ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ରହି ପାଣି ପଞ୍ଚାୟତର ଆଭିମୁଖ୍ୟ ଓ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ବିଦ୍ୟୁତ ବିଭାଗ, କୃଷି ଶିଳ୍ପ ନିଗମ ପ୍ରଭୃତି ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟଶୈଳୀ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଡ. ଦିଲ୍ଲୀପ କୁମାର ରଥ ଏଥିରେ ସଂଯୋଜନା କରିଥିଲେ । ଇଂଜିନିୟର ସୁରେଶ ଚନ୍ଦ୍ର ଦେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ପାଣି ପଞ୍ଚାୟତ ବ୍ୟବସ୍ଥା ଶୀର୍ଷକକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ବ୍ୟତୀତ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ । ଇଂ ପ୍ରେମାନନ୍ଦ ପଣ୍ଡା, ଇଂ ଜଳନ୍ଧର ଦାସ, ଇଂ ଗୌରାଙ୍ଗ ଦାସ, ଇଂ କୁଳମଣି ନାୟକ, ଇଂ ସ୍ୱାଗତ ସମ୍ବିତ ପଟ୍ଟନାୟକ, ସରୋଜ ମାଝୀ, ଶୋଭନ କୁମାର ଖିଲାର, ଚନ୍ଦନ ବାଗ, ଫୟାଜ ଅଲ୍ଲୀ ଖାନ, ମାନସ ଦାସ, ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ବିଭିନ୍ନ ବର୍ଗର ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ