ଉଠା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଉଠା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ଶୁକ୍ରବାର ପୂର୍ବାହ୍ନରେ ଉଦୟନଗରସ୍ଥିତ ପୈାର କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକୁ ଉଦଘାଟନକରି ପାଣି ପଂଚାୟତର କର୍ମକର୍ତ୍ତାମାନେ ଜିଲ୍ଲାରେ କୃଷି ଓ କୃଷକର ବହୁବିଧ ଉନ୍ନତି ସାଧନରେ ପାଣି ପଂଚାୟତକୁ ସୁବିନିଯୋଗ କରି ଜଳର ବ୍ୟବହାର ଓ ସଂରକ୍ଷଣ କରି ଏହି ଜିଲ୍ଲାକୁ ଚିର ସବୁଜମୟ ଭାବେ ଗଢିତୋଳିବା ସହ ଜଳ କ୍ଳିଷ୍ଟ ଦ୍ୱର କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପରିଡା ପାଣି ଠିକ ସମୟରେ ବିଲରେ ପହଂଚାଇବା,ପାଣି ପଂଚାୟତ ଦ୍ୱାରା କୃଷକ ସଚେତନତା,ଅମଳର ଉତ୍ପାଦ ବୃଦ୍ଧି,କୃଷକ ସଚେତନତା କେନ୍ଦ୍ରର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଉଠା ଜଳ ସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ନୃସିଂହ ଚରଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ସେସୁର ନିର୍ବାହୀ ଯନ୍ତ୍ରୀ ସମିତ କୁମାର ଦାସ,ଜଝାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର କୃଷିବିଜ୍ଞାନୀ ତାପସ ରଞ୍ଜନ ସାହୁ,ମୃତ୍ତିକା ଗବେଷକ ତଥା ବୈଜ୍ଞାନିକ ପ୍ରଭାତ କୁମାର ସାହୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିନୋଦିନୀ ମାହାଳି,ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ମହାପାତ୍ର,ଜିଲ୍ଲା କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର ଓ ଜଳସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣ ଓ ଜଳର ସୁବିନିଯୋଗ ନିମନ୍ତେ ବିଭାଗୀୟ କାର୍ଯ୍ୟାଧାରା ସମ୍ପର୍କରେ ଆଲୋକପାତ କରିବା ସହ ପାଣି ପଂଚାୟତ ଗୁଡିକରେ ବିଦ୍ୟୁତ ସଂଯୋଗ ଓ ବିଲ ପଇଠ,ଭୂତଳ ଜଳସ୍ତର ହ୍ରାସକୁ ରୋକିବା,ଭୂପୃଷ୍ଟ ଜଳର ସୁବିନିଯୋଗ ଓ ସଂରକ୍ଷଣ ପାଇଁ ମୋ ପୋଖରୀ ଯୋଜନା,ବୁନ୍ଦା ଓ ସିଂଚନ ଜଳସେଚନ କୃଷି ,ମତ୍ସ୍ୟଚାଷ,ଭୂପୃଷ୍ଟ ଜଳ ସଂରକ୍ଷଣ କ୍ଷମତା ବଢାଇବା ପାଇଁ ଗୋବର ଖତ ବ୍ୟବହାର ଓ ଧଣିଚା ଚାଷ କରି ମାଟିର ରସାୟନିକ ପ୍ରତିକ୍ରୀୟାକୁ ରୋକିବା,ବାଡି ବଗିଚାରେ ପରିବା ଚାଷ କରିବା ଏବଂ ସର୍ବୋପରି ପାଣି ପଂଚାୟତ ଗୁଡିକୁ ପରିବେଶ ସହିତ ଖାପ ଖୁଆଇ ଯୋଜନା ବଦ୍ଧ ଭାବେ ପାଣି ପଂଚାୟତ ମାଧ୍ୟମରେ ବହୁବିଧ ଚାଷକରି ଉତ୍ପାଦ ବଢାଇ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ହାଇସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାର କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପାଣି ପଂଚାୟତର କର୍ମକର୍ତ୍ତା , ଚାଷୀପ୍ରତିନିଧି ଅଲିପୁରର ଅକ୍ଷୟ କୁମାର ଦାସ, ଗରଦପୁରର ନିହାର ରଞ୍ଜନ ମିଶ୍ର, ମହାକାଳପଡା ଚଣ୍ଡିଆପଲ୍ଲୀର ପ୍ରତାପ ଚନ୍ଦ୍ର ନାୟକ ଓ ବିଭାଗୀୟ ଅଧିକାରୀମାନେ ବକ୍ତବ୍ୟ ରଖିଥିଲେ । ଶେଷରେ ଉଠା ଜଳ ସେଚନ ସବଡିଭିଜନର ସହକାରୀ ଯନ୍ତ୍ରୀ ନିମାଇଁ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ