ଉଡନ୍ତା ସୈନିକ
ଫ୍ରାନ୍ସ ନିଜ ସେନା ପାଇଁ ଏପରି ଏକ ଉପକରଣ ଉଦ୍ଭାବନ କରିଛି, ଯାହା ସହାୟତାରେ ସୈନ୍ୟମାନେ ଉଡିପାରିବେ । ନିକଟରେ ପ୍ୟାରିସରେ ‘ବସ୍ତିଲ-ଡେ’ ପାଳନ ବେଳେ ହାତରେ ସ୍ୱୟଂଚାଳିତ ବନ୍ଧୁକ ଧରି ଜଣେ ଫରାସୀ ସୈନିକ ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା । ସେ ‘ଜେଟ-ପାୱାର୍ଡ ପ୍ଲାଏବୋର୍ଡ’ ନାମକ ଉପକରଣ ଉପରେ ଛିଡା ହୋଇ ଆକାଶରେ ନିର୍ଭୟରେ ବିଭିନ୍ନ ଦିଗକୁ ଗତି କରୁଥିଲେ । ସେ ଭୂପୃଷ୍ଠ ରୁ ୧୫୦ ମିଟର ଉଚ୍ଚରେ ୧୦ ମିନିଟ ପର୍ଯ୍ୟନ୍ତ ଆକାଶର ନିର୍ଭୟରେ ବିଭିନ୍ନ ଦିଗକୁ ଯାଇପାରିଥିଲେ । ଏହି ଜେଟ ଘଣ୍ଟାପ୍ରତି ୧୯୦ କି.ମି. ବେଗରେ ଉଡିପାରେ । ଏହି ଉପକରଣକୁ ଉପଯୋଗ କରିବା ପାଇଁ କୌଣସି ‘ଲଞ୍ଚିଂ ପ୍ୟାଡ’ କିମ୍ବା ‘ରନ-ୱେ’ ର ଆବଶ୍ୟକତା ନାହିଁ । ଏହାକୁ ଯେକୌଣସି ସମୟରେ ଓ ଯୋକୌଣସି ପରିସ୍ଥିତି ଅଥବା ପାଣିପାଗରେ ଉପଯୋଗ କରାଯାଇପାରେ । ଏହା ଏତେ ହାଲୁକା ଯେ ଜଣେ ସୈନିକ ଆରାମରେ ନିଜ କାନ୍ଧରେ ଏହାକୁ ବୋହି ନେଇ ଯେକୌଣସି ସ୍ଥାନରୁ ଆକାଶ ମାର୍ଗକୁ ଯାଇପାରନ୍ତି । ଅଧିକ ସମୟ ଆକାଶରେ ରହିବା ପାଇଁ ଏହି ଉପକରଣକୁ ଅଧିକ ବିକଶିତ କରାଯାଇଥିବା ଫ୍ରାନ୍ସ ସେନା ପକ୍ଷରୁ କୁହାଯାଇଛି ।