‘ଉଡ଼ାନ୍’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ
ଭୁବନେଶ୍ୱର:ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲଡେନ ବୟ ପ୍ରମୋଦ ଭଗତଙ୍କ ନାଁରେ ହେବ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ । ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ। ଉଡ଼ାଣ ହେଉଛି ପୂର୍ବ ଭାରତରେ ଥିବା ସବୁଠୁ ବଡ଼ ବେସରକାରୀ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର । ଏଥିରେ ୪ଟି ସିନ୍ଥେଟିକ କୋର୍ଟ ଓ ଗୋଟିଏ ଉଡେନ କୋର୍ଟ ଅଛି । ଉଡେନ କୋର୍ଟକୁ ପ୍ରମୋଦ ଭଗତଙ୍କ ନାଁରେ ନାମିତ କରାଯାଇଛି ।