ଉଡାନ୍ ୪.୦ରେ ୭୮ଟି ନୂଆ ରୁଟ ଅନୁମୋଦିତ

ନୂଆ ଦିଲ୍ଲୀ:ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍ ନାଗରିକ’ ବା ଉଡାନ୍ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟ|ୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା ୩ ପର୍ଯ୍ୟୟ ସଫଳ ନିଲାମ ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି । ଏହା ଫଳରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ବିମାନ ସେବା ଯୋଗାଣ ତ୍ୱରାନ୍ୱିତ ହେବ । ଏହି ପର୍ଯ୍ୟ|ୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଏବଂ ଦ୍ୱୀପାଞ୍ଚଳଗୁଡିକୁ ବିମାନ ସଂଯୋଗ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇଛି ।
ଏହି ପର୍ଯ୍ୟ|ୟରେ ଯେଉଁ ବିମାନପଥଗୁଡିକ ଅନୁମୋଦିତ ହୋଇଛି ସେଥିମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ରୁଟ୍ ରହିଛି । ଏହି ରୁଟ୍‌ଗୁଡିକ ମଧ୍ୟରେ ରହିଛି ଗୌହାଟୀରୁ ତେଜୁ, ରୁପ୍‌ସୀ, ତେଜପୁର, ପାସିଘାଟ, ମିସା ଓ ସିଲଂ । ସେହିଭଳି ଏହି ନୂଆ ସଂଯୋଗ ବ୍ୟବସ୍ଥାରେ ଲୋକେ ହିସାରରୁ ଚଣ୍ଡୀଗଡ, ଡେରାଡୁନ ଏବଂ ଧର୍ମଶାଳାକୁ ବିମାନ ଯାତ୍ରାର ସୁବିଧା ପାଇବେ । ଏହି ପର୍ଯ୍ୟ|ୟରେ ମଧ୍ୟ ବାରଣାସୀରୁ ଚିତ୍ରକୁଟ ଓ ଶ୍ରାବସ୍ତୀକୁ ବିମାନ ଚଳାଚଳ କରିବ । ସେହିଭଳି ଉଡାନ୍ ୪.୦ରେ ଏଥର ଲାକ୍ଷାଦ୍ୱୀପର ଅଗତ୍ତି, କବରତ୍ତି ଏବଂ ମିନିକଏ ଦ୍ୱୀପ ମଧ୍ୟରେ ବିମାନ ସେବା ଉପଲବ୍ଧ ହେବ ।
ଏ ଯାବତ୍ ୭୬୬ଟି ରୁଟ ଉଡାନ ଯୋଜନାରେ ମଞ୍ଜୁରି ପାଇଛି । ସେଥିମଧ୍ୟରୁ ୨୯ଟି ରୁଟ୍‌ରେ ସେବା ଉପଲବ୍ଧ ଥିବାବେଳେ ୮ଟିରେ ନାହିଁ । ଏହାମଧ୍ୟରେ ୨ଟି ହେଲିପୋର୍ଟ ଓ ଗୋଟିଏ ୱାଟର ଏରୋଡ୍ରମ ଏବଂ ୨ଟି ଅଣ୍ଡର ସର୍ଭଡ (ଧାର‌୍ୟ୍ୟ କ୍ଷମତାଠାରୁ କମ୍ ବିମାନ ଚଳାଚଳ କରୁଥିବା) ଏୟାରପୋର୍ଟ ରହିଛି । ଚତୁର୍ଥ ପର୍ଯ୍ୟ|ୟ ଉଡାନ କାର୍ଯ୍ୟକ୍ରମ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା । ଏଥିରେ ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପପୁଞ୍ଜଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ଅଗ୍ରାଧିକାର ଦିଆଯାଇଥିଲା । ଯେଉଁସବୁ ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଦ୍ୱାରା ବିକଶିତ ହୋଇଛି ସେଗୁଡିକୁ ଭାୟାବିଲିଟି ଫଣ୍ଡିଂ ନୀତିରେ ବିମାନ ଚଳାଚଳ ସୁବିଧା ଯୋଗାଇବାକୁ ଅଗ୍ରାଧିକାର ଦିଆଯାଇଛି । ଉଡାନର ଏହି ଚତୁର୍ଥ ପର‌୍ୟ୍ୟାୟରେ ମଧ୍ୟ ହେଲିକପ୍ଟର ଓ ସି-ପ୍ଲେନ ଚଳାଚଳ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି । ଆରମ୍ଭ କାଳରୁ ବେସାମରିକ ବିମାନ ଚଳାଳଚ ମନ୍ତ୍ରଣାଳୟ ଉଡାନ ଯୋଜନାରେ ୨୭୪ ରୁଟ୍‌କୁ ଅନୁମୋଦନ ଦେଇସାରିଲାଣି । ଏସବୁ ରୁଟ୍ ଦେଶର ୪୫ଟି ବିମାନ ବନ୍ଦର ଓ ୩ଟି ହେଲିପୋର୍ଟକୁ ସଂଯୋଗ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ