‘ଉଡ୍ର’ ତରଫରୁବସ୍ତ୍ର ଓ ଛତାବଂଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-“ଉଡ୍ର” ଚାରିଟେବୁଲ୍ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍ସମୟରେଭୁବନେଶ୍ୱରମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତସତ୍ୟନଗରଡେଭଲପ୍ମେଂଟ୍ ଓ କଲଚରାଲ୍ସୋସାଇଟି (ସତ୍ୟନଗରହୋମ୍ଟାଉନ୍ ପାଖ) ରେବଂଟନ କରାଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମମାଧ୍ୟମରେସଂଗ୍ରହକରାଯାଇଥିବା ପୁରୁଣା, ନୂତନ ବସ୍ତ୍ରଏବଂଛତାଯେଉଁମାନଙ୍କରବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛିସେହିମାନଙ୍କୁବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବାଏବଂଛତା ଅଭାବ ଥିବାଲୋକମାନଙ୍କୁଖଣ୍ଡେବସ୍ତ୍ର ଓ ଗୋଟେଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁଏହା ଏକ ଛୋଟ ପ୍ରୟାସ । ଏହିବସ୍ତ୍ରବଂଟନ କାର୍ଯ୍ୟକ୍ରମଓଡିଶାରବିଭିନ୍ନସ୍ଥାନ ମାନଙ୍କରେବିଗତ ୬ ବର୍ଷହେବହୋଇଆସୁଅଛି । ପୂର୍ବବର୍ଷ ୨୫ ହଜାରରୁଉର୍ଦ୍ଧ୍ୱବସ୍ତ୍ରବଂଟନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆପଣ ଆପଣଙ୍କର ପୁରୁଣାବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହିବଂଟନ କାର୍ଯ୍ୟକ୍ରମରେ “ଉଡ୍ର” ଚାରିଟେବୁଲ୍ଟ୍ରଷ୍ଟର ପରାମର୍ଶଦାତା ତଥା ମୋକଲେଜ ଅଧ୍ୟକ୍ଷ (ଓଡିଶାସରକାର) ଆକାଶ ଦାସନାୟକ, ସଂପାଦିକାଶୁଭ୍ରାଜ୍ୟୋତି ଦାସନାୟକ, ଅନନ୍ତ ନାରାୟଣଜେନା (ବିଧାୟକ, ଭୁବନେଶ୍ୱର), ସୁଲୋଚନା ଦାସ (ମେୟର, ଭୁବନେଶ୍ୱରମହାନଗର ନିଗମ), ପୁଷ୍ପାଞ୍ଜଳୀସେଠୀ (କର୍ପୋରେଟର, ୱାର୍ଡ ନଂ-୩୪), ନରେନ୍ଦ୍ରକୁମାରସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର୍ଯ୍ୟ, ଲୋକନାଥ ପଣ୍ଡା, ମମତାରାଉତ, ତୁଷାର ପଟ୍ଟନାୟକ, ଶୀତଲ୍ ପାତ୍ର, ଜିନାସାମଲ, ଶୁଭଶ୍ରୀମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀ ପ୍ରସାଦ ମଙ୍ଗରାଜ, ପ୍ରଭାତଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ବାବୁବାବୁ, ପୱନ ପାତ୍ରୋ, ଜୋଷିକାବୋଷ, ତାପିମିଶ୍ରଓ “ଉଡ୍ର” ପରିବାରରସମସ୍ତକର୍ମକର୍ତାଉପସ୍ଥିତ ଥିଲେ ।


