ଉତରପ୍ରଦେଶରେ ବାୟୋଫୁଏଲ କମ୍ପେ୍ଲକ୍ସର ଶିଳାନ୍ୟାସ

ଭୁବନେଶ୍ୱର,ସେପ୍ଟେମ୍ବର  – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଦିଗରେ ୧ ହଜାର କୋଟିରୁ ଉଦ୍ଧ୍ୱର୍ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୋରଖପୁରର ବାୟୋଫୁଏଲ କମ୍ପେ୍ଲକ୍ସ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତରପ୍ରଦେଶର ଗୋରଖପୁର ସ୍ଥିତ ଧୂରିଆପରରେ ବାୟୋଫୁଏଲ କମ୍ପେ୍ଲକ୍ସର ଶିଳାନ୍ୟାସ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋରଖପୁରରେ ୧୫୦ କୋଟି ଟଙ୍କା ବ୍ୟୟରେ ସିବିଜି(କମ୍ପ୍ରେସଡ୍ ବାୟୋଗ୍ୟାସ) ପ୍ଲାଟ ଏବଂ ୯୦୦ କୋଟି ଟଙ୍କା ବ୍ୟୟରେ ଏକ ୨ଜି ଜୈବ ଇନ୍ଧନ ରିଫାଇନାରୀ ନିର୍ମାଣ କରାଯାଇ ତାହାକୁ ବିକଶିତ କରାଯିବ । କୃଷି ବର୍ଜ୍ୟ ଓ ଜୈବିକ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ୧୦୦ କିଲୋ ଲିଟର ଇଥାନଲ ଉତ୍ପାଦନ ହେବ । ଏହା ଦ୍ୱାରା କୃଷକଙ୍କ ଉତ୍ପାଦନ ବଢିବା ସହ ଯୁବକଙ୍କୁ ରୋଜଗାର ଦେବାର ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଅନ୍ନଦାତା ଏବେ ଉର୍ଜାଦାତା ବନିବେ’ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଏହା ଏକ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ପୂର୍ବାଂଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଅଭୁତପୂର୍ବ ସଫଳତାରୁ ଏଲପିଜିର ଚାହିଦାକୁ ପୂରଣ କରିବା ପାଇଁ ଏଲପିଜି ବଟଲିଂ ପ୍ଲାଂଟ ମଧ୍ୟ ଆଜି ଉଦଘାଟିତ ହୋଇଯାଇଛି । ଏହାଦ୍ୱାରା ପାଖାପାଖି ୧୧ ଜିଲ୍ଲାରେ ସ୍ୱଚ୍ଛ ଇନ୍ଧନ ପହଁଚିବାର ସୁବିଧା ଆହୁରି ସହଜ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୂର୍ବାଂଚଳର ମାଆ ଓ ଭଉଣୀମାନଙ୍କ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଦାବୀକୁ ପୂରଣ କରିଛନ୍ତି । ଯଦ୍ୱାରା ଏବେ ସ୍ୱଚ୍ଛ ଇନ୍ଧନ ପାଇପଲାଇନ ମାଧ୍ୟମରେ ପହଁଚାଯିବ । ଏହାସହ ଉତପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ ବୋଲି ସେ କହିଛନ୍ତିା ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ