ଉତରପ୍ରଦେଶ ପୋଲିସକୁ ମିଳିଛି ଆତଙ୍କବାଦୀ ଆକ୍ରମଣର ଆଲର୍ଟ : ରାଜସ୍ଥାନ ଡିଜିପିଙ୍କ ମେଲ୍ ଆଇଡି ହ୍ୟାକ୍
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ରାଜସ୍ଥାନ ପୋଲିସ୍ ମହାନିର୍ଦ୍ଦେଶକ ନାମରେ ଉତରପ୍ରଦେଶ ପୋଲିସ୍କୁ ଆତଙ୍କବାଦୀ ଆକ୍ରମଣ ଆଲର୍ଟର ଇମେଲ୍ ମିଳିଛି । ମାମଲାର ତଥ୍ୟକୁ ନେଇ ବରିଷ୍ଠ ପୋଲିସ୍ ଅଧିକାରୀ ଯାଂଚ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଯାଂଚରେ ମିଳିଛି ଯେ ରାଜସ୍ଥାନର ଡିଜିପିଙ୍କୁ ଇ-ମେଲ୍କୁ ହ୍ୟାକ୍ କରି ଏହି ମେଲ୍ ପଠାଯାଇଛି । ଏହି ମାମଲାରେ ସାଇବର କ୍ରାଇମ ସେଲ୍ ଯାଂଚ କରୁଛି । ତା’ ସହିତ ରାଜ୍ୟ ପୋଲିସ୍ର ବରିଷ୍ଠ ଅଧିକାରୀ ରାଜସ୍ଥାନ ପୋଲିସ୍ ଅଧିକାରୀଙ୍କ ସହିତ ସିଧା ସମ୍ପର୍କରେ ରହିଛନ୍ତି । ରାଜ୍ୟ ପୋଲିସ୍ ଅଧିକାରୀଙ୍କ ଇ-ମେଲ୍ ଆଇଡିରେ ପଠାଯାଇଥିବା ଆଲର୍ଟରେ କୁହାଯାଇଛି ଯେ ସେନାଙ୍କ ପୋଷାକରେ ଆତଙ୍କବାଦୀମାନେ ଉତରପ୍ରଦେଶ-ରାଜସ୍ଥାନ ସୀମାରେ ଅଛନ୍ତି । ଉତର ପ୍ରଦେଶ ପୋଲିସ୍ ଯେତେବେଳେ ରାଜସ୍ଥାନ ପୋଲିସ୍ ସହ ସମ୍ପର୍କ କଲା ସେତେବେଳେ ସ୍ପଷ୍ଟ ହେଲା ଯେ ରାଜସ୍ଥାନର ଡିଜିପିଙ୍କ ତରଫରୁ କୌଣସି ଇ-ମେଲ୍ ଜାରି କରାଯାଇ ନାହିଁ । ଯେଉଁ ମେଲ୍ ଆଇଡି ଏବଂ ଆଇପି ଆଡ୍ରେସ୍ରେ ମେଲ୍ ପଠାଯାଇଛି, ତା’ର ଯାଂଚ ସାଇବର କ୍ରାଇମ୍ ସେଲ୍ କରୁଛି । ତେବେ ଏ ବିଷୟରେ ଉତର ପ୍ରଦେଶ ପୋଲିସ୍ର ଅଧିକାରୀଙ୍କ ତରଫରୁ କୌଣସି ଆଧିକାରିକ ବୟାନ ଆସିନାହିଁ, ଯେଉଁଥିରେ ମାମଲା ସନ୍ଦିଗ୍ଧ ହୋଇଛି ।