ଉତ୍କଳମଣି ଥିଲେ ସମଗ୍ର ଓଡ଼ିଆଙ୍କ ସର୍ବକାଳିନ ଆଦର୍ଶ ଓ ସ୍ୱାଭିମାନର ପ୍ରତୀକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସମ୍ପାଦକ, ଭାଷାପ୍ରାଣ ସମାଜସେବାର ମୂର୍ତିମନ୍ତ ପ୍ରତୀକ, ବକୁଳବନ ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତିସ୍ଥଳ ୟୁନିଟ୍ ୮ ଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ସଭା ଅଭିଯାନ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଥିଲେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବକୁଳବନ ବିଦ୍ୟାଳୟର ପ୍ରତିଷ୍ଠାତା, ପଂଚଶଖାଙ୍କ ମଧ୍ୟରେ ଅଗ୍ରଣୀ ସାରଥୀ, ଶିକ୍ଷାବିତ୍, ସଂପାଦକ, ସାହିତ୍ୟିକ ସହିତ ସମାଜସେବାର ମୂର୍ତିମନ୍ତ ପ୍ରତୀକ, ଅସହାୟ, ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟର ହସ୍ତ ବଢାଇବା ସହିତ ବନ୍ୟା ମରୁଡ଼ି ସମୟରେ ତାଙ୍କ ସମାଜସେବାର ପଟାନ୍ତର ନାହିଁ । ଓଡ଼ିଆ ଭଷା, ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କ ଭୂମିକା ଥିଲା ଅବର୍ଣ୍ଣନୀୟ ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ବନ୍ଦୀର ଆତ୍ମକଥା, କାରାକବିତା ପ୍ରମୁଖ ତାଙ୍କ କାଳଜୟୀ କୃତି । ଅନ୍ୟ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଦିଲ୍ଲିପ୍ ଦାସଶର୍ମା, ଳକ୍ଷ୍ମୀଧର ବେହେରା, ରମେଶ ପାତାଳ ସିଂ, ସଂଯୋଜକ ବାପୁ ଓଝା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ତନ୍ମୟ ସାନ୍ତରାୟ ଗୁରୁପଦ ନାଥ, ଡେଜି ଶତପଥୀ, ମାନସ ରଂଜନ ସାହୁ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।