ଉତ୍କଳମଣି ଶିଶୁ ସାହିତ୍ୟ ସମିତି ପକ୍ଷରୁ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶଙ୍ଖୋ ଗ୍ରାମରେ ଉତ୍କଳମଣି ଶିଶୁ ସାହିତ୍ୟ ସମିତି ଓ ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ, ଆନନ୍ଦପୁର ର ମିଳିତ ଆନୁକୂଲ୍ୟରେ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ପରେ ଧବଳେଶ୍ଵର ପ୍ରାଥମିକ ବିଦ୍ୟାଳୟରେ ସମାଜସେବୀ ଶ୍ରୀ ରାମଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶିଶୁ ସମିତିର ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ସାହୁ ସଂଯୋଜନା କରିବା ସହ ବରିଷ୍ଠ ଶିକ୍ଷୟିତ୍ରୀ ସାବିତ୍ରୀ ଦାସ ଅନ୍ୟତମ ବକ୍ତା ଭାବେ ଯୋଗଦାନ କରି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୂରଲୀଧର ବେହେରା, ଶ୍ରୀ ଅନନ୍ତ ମୁଦୁଲି, ଶ୍ରୀ ଚତୁର୍ଭୁଜ ଜେନା, ଶ୍ରୀ ପଦ୍ମନାଭ ପାତ୍ର, ଶ୍ରୀ ଜଗନ୍ନାଥ ପାଢ଼ୀ, ଶ୍ରୀ ଅଭୟ କୁମାର ସାମଲ, ଶ୍ରୀ ବନମାଳୀ ଜେନାଙ୍କ ସମେତ ଏ ଅଞ୍ଚଳର ବହୁ ସାହିତ୍ୟିକ ଓ କବି ମାନେ ଯୋଗଦେଇ ଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଗ୍ରାମବାସୀ ଏବଂ ଅନ୍ୟ ବୁଦ୍ଧିଜୀବୀ ମାନେ ଗୋପବନ୍ଧୁଙ୍କର ଆଦର୍ଶ , ଆଜିର ସମୟରେ ଏହାର ପ୍ରାସଙ୍ଗିକତା ଓ ଗୁଣାବଳିମାନ ଗାନ ସହ ସ୍ଵ ସ୍ଵ ବକ୍ତବ୍ୟ ଏବଂ କବିତା ମାନ ଆବୃତ୍ତି କରିଥିଲେ। ସର୍ବ ଶେଷରେ ଅନ୍ୟତମ ସଦସ୍ୟ ଶ୍ରୀ ଅନନ୍ତ ଚରଣ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଭକ୍ତ ଚରଣ ଜେନା , କ୍ଷେତ୍ରବାସୀ ମିଶ୍ର ଏବଂ ମହେନ୍ଦ୍ର କୁମାର ଦାସ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।