ଉତ୍କଳୀୟ ମାଲ ସମାଜର ରାଜ୍ଯ ସମ୍ମିଳନୀ

ବୁଗୁଡା, (ଅନିଲ କୁମାର ମହାରଣା):ଉତ୍କଳୀୟ ମାଲ ସମାଜ ଏକ ସାମାଜିକ ସଂସ୍କାର ମୂଳକ ପଞ୍ଜିକୃତ ସଂଗଠନ ଭାବେ ସଂସ୍କୃତି-ପରଂପରା ଓ ମାନବ ସମ୍ବଳକୁ ମୁଖ୍ଯ ସ୍ରୋତରେ ପହଞ୍ଚାଇବା ଲକ୍ଷ ନେଇ ଷାଠିଏ ଦଶକରୁ କାର୍ଯ୍ୟ କରି ଆସୁଅଛି। ସେହି ଲକ୍ଷ୍ୟକୁ ସାକାର କରିବା ପାଇଁ ଆଜି ଉତ୍କଳୀୟ ମାଲ ସମାଜର ରାଜ୍ଯ ସଭାପତି ଇଞ୍ଜିନିୟର ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଖେମୁଣ୍ଡି ତାଲୁକାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ତାଲୁକା, ବଡଖେମୁଣ୍ଡି ତାଲୁକା, ସାନଖେମୁଣ୍ଡି ତାଲୁକା ଅଞ୍ଚଳର କର୍ମକର୍ତ୍ତା ଓ ସଦସ୍ଯ ମାନେ ଯୋଗଦେଇ ସଂପ୍ରତି ରାଜ୍ଯ ସରକାର ବାରିକୀ ଜାତିକୁ ତଫସିଲଭୁକ୍ତ ଜାତିରୁ ଉଛେଦ କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। କାରଣ ବାରିକୀ ଜାତି ମାଲ ଜାତି ଅନ୍ତର୍ଗତ, ମାଲ ଜାତି ସହ ବହୁ ପ୍ରାଚୀନ କାଳରୁ ବିବାହ ବନ୍ଧନ ଭଳି ବହୁ ସାମାଜିକ ସମ୍ପର୍କ ରହି ଆସିଛି। ଏବେବି ବାରିକୀ ମାଲ ଜାତି ସାମାଜିକ ଅନଗ୍ରସର ଭିତରେ ରହି ଆସିଛି। କୌଣସି କ୍ଷେତ୍ରରେ ସେମାନେ ସବଳ ନଥିବା କାରଣରୁ ଉଛେଦ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ତଫସିଲଭୁକ୍ତ ଜାତିଗତ ପ୍ରମାଣ ପତ୍ର ନହେବା କାରଣରୁ ବାରକୀ ଜାତିର ଛାତ୍ରଛାତ୍ରୀ ମାନେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ସରକାର ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଦାବି ହୋଇଛି। ପୂର୍ବତନ ସଭାପତି ପ୍ରକାଶ ପାତ୍ର, ପ୍ରଦୀପ କୁମାର ପାତ୍ର, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ସୁଦର୍ଶନ ପାତ୍ର, ବି. ଡମ୍ବରୁ ପାତ୍ର, ରଘୁନାଥ ପାତ୍ର, ଉମାକାନ୍ତ ପାତ୍ର, ପି. ଦିନବନ୍ଧୁ, ଆର୍. ରାଜା ରାଓ, ଏ. ନିଳ ମାଧବ, ଟି. ଶ୍ୟାମ ସୁନ୍ଦର , ଗୁରୁମୂର୍ତ୍ତୀ ପାତ୍ର, ନାରାୟଣ ପାତ୍ର, ଶିବରାମ ପାତ୍ର, ସତ୍ୟବାଦୀ ପାତ୍ର, ଏ.ବାବୁ ପାତ୍ର, ପି. କେଶବ, ପ୍ରଫୁଲ୍ଲ ଚନ୍ଦ୍ର ବାରିକି. ବି. ହାଡିଆ ରାଓ. ବି. ସିତାରାମ ପାତ୍ର, ଏ. ନିରଞ୍ଜନ ପାତ୍ର, ବି. ଲିଙ୍ଗରାଜ ପାତ୍ର, ସିମାଞ୍ଚଳ ପାତ୍ର, ଦାମୋଦର ପାତ୍ର, ଏମ୍. ଯୁଧିଷ୍ଠି. ଏମ୍. ମିଟୁ ପାତ୍ର, ଏମ୍. ଦଣ୍ଡପାଣି, ବି. ଭିକାରୀ ପାତ୍ର, କେ. କାଶୀନାଥ, ଏମ୍. ଶଙ୍କର, ବି. କୋରାମଣି, ଦରମିକ୍ ବାରିକୀ, ବି.ବଜେନ୍ଦ୍ର ପ୍ରମୁଖ ଦାଦି ଉପସ୍ଥାପନ କରିଥିଲେ। ବଡଖେମୁଣ୍ଡି ଓ ସାନଖେମୁଣ୍ଡି ତାଲୁକାର ସମସ୍ତ ବାରିକୀ ସମାଜର ସଦସ୍ଯମାନେ ଉତ୍କଳୀୟ ମାଲ ସମାଜରେ ସାମିଲ୍ ହେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଶେଷରେ ଡକ୍ଟର ପି. ଦୀନବନ୍ଧୁ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ